ହତ୍ୟା ମାମଲା : ଆଜୀବନ ଜେଲ ଦଣ୍ଡାଦେଶକୁ ହାଇକୋର୍ଟରେ ଚ୍ୟାଲେଞ୍ଜ

add-all

ଛତ୍ରପୁର : ଗଞ୍ଜାମ ଜିଲା ଟାଟା ଜମି ଅଧିଗ୍ରହଣ ସମୟରେ ପୋଲିସ ରିଜର୍ଭ ଇନ୍ସପେକ୍ଟରଙ୍କୁ ହତ୍ୟା ମାମଲାରେ ଛତ୍ରପୁର ପୂର୍ବତନ ବିଧାୟକ ଏନ୍‌. ନାରାୟଣ ରେଡ୍ଡୀଙ୍କ ସମେତ ୧୩ ଜଣଙ୍କୁ ଆଜୀବନ ଜେଲ ହୋଇଥିଲା। ଏ ସମ୍ପର୍କରେ ବ୍ରହ୍ମପୁର ଏଡିଜେ-୩ ପକ୍ଷରୁ ଜୁଲାଇ ୩୧ରେ ଦଣ୍ଡାଦେଶ ରାୟ ପ୍ରକାଶ ପାଇଥିଲା। ଏହାକୁ ଚ୍ୟାଲେଞ୍ଜ କରି ଏନ୍‌. ନାରାୟଣ ରେଡ୍ଡୀ, ପି. କାମରାଜୁ ରେଡ୍ଡୀ ଏବଂ ଏନ୍‌. ଦିଲୀପ କୁମାର ରେଡ୍ଡୀଙ୍କ ପକ୍ଷରୁ ଓକିଲଙ୍କ ଜରିଆରେ ଅଗଷ୍ଟ ୨୫ରେ ହାଇକୋର୍ଟରେ କ୍ରିମିନାଲ ଅପିଲ (ନଂ.୯୫୭/୨୩) କରାଯାଇଥିଲା। ଶନିବାର ଅପିଲର ବିଚାର ଲାଗି ହାଇକୋର୍ଟ ଗ୍ରହଣ କରିଛନ୍ତି। ଏଥିସହ ଜରିମାନା ଆଦାୟ ଉପରେ ହାଇକୋର୍ଟ ସ୍ଥଗିତା ଦେଶ ଜାରି କରିଛନ୍ତି।
ମାମଲାର ରେକର୍ଡ ତଳକୋର୍ଟରୁ ହାଇକୋର୍ଟ ମାଗିଛନ୍ତି। ଅପିଲକାରୀଙ୍କ ପକ୍ଷରୁ ବରିଷ୍ଠ ଓକିଲ ସୁବୀର ପାଲିତ, ଓକିଲ ଡ. ପ୍ରଶାନ୍ତ କୁମାର ମିଶ୍ର ଓ ଓକିଲ ଭବାନୀ ଦାଶ ମାମଲା ପରିଚାଳନା କରୁଛନ୍ତି। ପ୍ରକାଶଥାଉ କି, ୧୯୯୮ ଜୁନ ୧୮ରେ ଟାଟା ଜମି ଅଧିଗ୍ରହଣ ସମୟରେ ପୋଲିସ-ଜନତା ମୁହାଁମୁହିଁ ହୋଇଥିଲେ। ଗଞ୍ଜାମ ପୋଲିସ ଜିଲାର କାର୍ଯ୍ୟରତ ତତ୍କାଳୀନ ରିଜର୍ଭ ଇନ୍ସପେକ୍ଟର ବିନୋବା ମେହେରଙ୍କୁ ଆନ୍ଦୋଳନକାରୀମାନେ ହତ୍ୟା କରିଥିଲେ। ଏନେଇ ଅଭିଯୋଗ ପରେ ଛତ୍ରପୁର ଥାନାରେ ମାମଲା (ନଂ.୧୧୫/୯୮)ରେ ଦଫା ୩୦୨ ଅନୁସାରେ କେସ୍‌ ରୁଜୁ କରାଯାଇଥିଲା। ଏଥିଯୋଗୁ ପୂର୍ବତନ ବିଧାୟକ ଏନ୍‌. ନାରାୟଣ ରେଡ୍ଡୀଙ୍କ ସମେତ ୨୨ଜଣଙ୍କ ନାମରେ ପୋଲିସ ମାମଲା ରୁଜୁ କରିଥିଲା।

ad-week
Leave A Reply

Your email address will not be published.