ଜିଲ୍ଲା ଅବସର ପ୍ରାପ୍ତ ଶିକ୍ଷକ ସଂଘ ପକ୍ଷରୁ ଗୁରୁ ଦିବସ ପାଳନ…

add-all

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଅବସର ପ୍ରାପ୍ତ ଶିକ୍ଷକ ସଂଘ ପକ୍ଷରୁ ଗୁରୁ ଦିବସ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପରିସରରେ ଥ‌ିବା ସଭାଗୃହଠାରେ ସଂଘର ସଭାପତି ନବକିଶୋର ରଥଙ୍କ ସଭାପତିତ୍ବରେ ପାଳିତ ହୋଇଯାଇଛି । ଏହି ସଭାରେ ଫୁଲବାଣୀ ବିଇଡି କଲେଜର ଅଧ୍ୟକ୍ଷ ଆଶିଷ ପଟେଲ୍ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଶିକ୍ଷକ ମାନେ ସମାଜର ଶ୍ରେଷ୍ଠ । ସେମାନେ ଶିକ୍ଷା ପ୍ରଦାନ କରିବା ସହିତ ସାରା ଜୀବନ ଶୃଙ୍ଖଳିତ ଶିକ୍ଷା ପ୍ରଦାନ କରିବା ଏବଂ ଅସୀମ ଧୈର୍ଯ୍ୟ କିପରି ରଖିବା ଆବଶ୍ୟକ ସେ ବିଷୟରେ ସୂଚନା ଦେଇଥିଲେ l ଏଥି ସହିତ ଶିକ୍ଷକ ମାନେ ଅବସର ନେବାପରେ ମଧ୍ୟ ଶିକ୍ଷା ପ୍ରଦାନ କରିବା ଦିଗରେ କାର୍ଯ୍ୟରତ ହେବା ଉଚିତ ବୋଲି କହିଥିଲେ । ଅନ୍ୟତମ ଅତିଥ୍‌ ଭାବରେ ବିଶିଷ୍ଠ କବି ତଥା ପ୍ରଶିକ୍ଷକ ଡ.ନୃସିଂହାନନ୍ଦ ମହାପାତ୍ର, ଶିକ୍ଷକ ମାନେ କେବଳ ଶିକ୍ଷା ଦାନ ସମ୍ପର୍କିତ ବିଷୟରେ ନିଜକୁ ସୀମିତ ନ ରଖି ସବୁ କ୍ଷେତ୍ରରେ ଜ୍ଞାନ ଅର୍ଜନ କରିବା ସହିତ, ଆବଶ୍ୟକ ସ୍ଥଳେ ଶିକ୍ଷା ପ୍ରଦାନ ନିମନ୍ତେ ପ୍ରସ୍ତୁତ ରହିବା ଆବଶ୍ୟକ ବୋଲି କହିବା ସହିତ ଅଧ୍ୟାତ୍ମିକ ଜ୍ଞାନ ଏବଂ ଧର୍ମ ଚର୍ଚ୍ଚା ବାବଦରେ ମଧ୍ଯ ନିଜର ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମକୁ ସଂଘର ସହ ସମ୍ପାଦକ ବଂଶୀଧର ପଣ୍ଡା ପରିଚାଳନା କରିଥିବା ବେଳେ ସମ୍ପାଦକ ଶରତଚନ୍ଦ୍ର ମହାନ୍ତି ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । କାର୍ଯ୍ୟକ୍ରମରେ ଫୁଲବାଣୀ ବ୍ୟତୀତ ଅନ୍ୟ ବ୍ଲକ ମାନଙ୍କରୁ ଆସିଥିବା ସଭ୍ୟସଭ୍ୟା ମାନଙ୍କୁ ପୁଷ୍ପଗୁଛ ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା ।ଏହା ସହିତ ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ କୁମାର ବେହେରା, ଅଶୋକ କୁମାର ମହାନ୍ତି ଓ ଆଦିତ୍ୟପ୍ରସାଦ ତ୍ରିପାଠୀଙ୍କୁ ସେମାନଙ୍କର ସମାଜ ପ୍ରତି ଉତ୍ସର୍ଗିକୃତ ସେବା ପାଇଁ ସମ୍ବଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ସଂଘର ଉପସଭାପତି ମନୋରଞ୍ଜନ ପଟ୍ଟନାୟକ,କୋଷାଧ୍ୟକ୍ଷ କରୁଣାକର ସାହୁ ଏବଂ କାର୍ଯ୍ୟକାରୀ ସଦସ୍ୟ
ଅରୁଣ କୁମାର ମହାନ୍ତି, ନାରାୟଣ ନାୟକ, ପ୍ରଭୁଚରଣ ପ୍ରଧାନ, ଅନନ୍ଦ କିଶୋର ଦାସ,ଶ୍ୟାମବନ୍ଧୁ ମହାରଣା,ଶିଶିର କୁମାର ମହାନ୍ତି ଏବଂ ନିମାଇଁଚରଣ ପରମାଣିକ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମରେ ସହାୟତା କରିଥିଲେ ।

ad-week
Leave A Reply

Your email address will not be published.