ଓକିଲ ସୁରକ୍ଷା ଆଇନ ନେଇ ଦାବୀପତ୍ର…

add-all

ଦାରିଙ୍ଗବାଡି (୪/୯) ଓକିଲ ମାନଙ୍କୁ କାର୍ଯ୍ୟ ସ୍ଥଳରେ ସୁରକ୍ଷା ଦେବା ସହ ସେମାନଙ୍କ ପାଇଁ ଓକିଲ ସୁରକ୍ଷା ଆଇନ ବ୍ୟବସ୍ଥା ପ୍ରଣୟନ କରିବା ନିମନ୍ତେ ଦାରିଙ୍ଗବାଡି ଓକିଲ ସଂଘ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ, ଅତିରିକ୍ତ ତହସିଲଦାର କୃଷ୍ଣଚନ୍ଦ୍ର ନାୟକଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି। ଗାଜିଆବାଦ୍ ରେ ଜଣେ କାର୍ଯ୍ୟରତ ଓକିଲଙ୍କୁ ହତ୍ୟା କରା ଯାଇଥିବା ଘଟଣାକୁ ନେଇ ଓକିଲ ସଂଘ ଏଭଳି ଦାବି ରଖିଚି । ଓକିଲଙ୍କ କାର୍ଯ୍ୟ ସ୍ଥଳୀ ରେ ପର୍ଯ୍ୟାପ୍ତ ଭାବେ ସୁରକ୍ଷା ବ୍ୟବସ୍ଥା କରିବା ସହ ଓକିଲ ସୁରକ୍ଷା ଆଇନ ନିମନ୍ତେ ଦାବୀ କରିଛନ୍ତି। ଦାବିପତ୍ର ଦେବା ସମୟରେ ସଂଘ ସଭାପତି ପ୍ରଦୀପ ସାହୁ, ସମ୍ପାଦକ ଇନ୍ଦ୍ରମଣି ପ୍ରଧାନ ,ସଭ୍ୟ ମନୋଜ ପଣ୍ଡା,ଏଲିଆସ ମାଝୀ, ଜ୍ୟୋତି ପରିଛା, ଦିଲୀପ ବଳିଆରସିଂ ପ୍ରମୁଖ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.