ବ୍ରାହ୍ମଣୀଗାଁ – ପାଣିଗଣ୍ଡା ପୂର୍ତ୍ତ ବିଭାଗ ରାସ୍ତା ମରଣଯନ୍ତା

add-all

ଦାରିଙ୍ଗବାଡ଼ି, ୫/୯, ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ବଜାର ରାସ୍ତା ପ୍ରଶସ୍ତ କରଣ କାର୍ଯ୍ୟ ଆରମ୍ଭ ହୋଇ ଦୀର୍ଘ ୪ ମାସ ବିତି ଯାଇଥିଲେ ସୁଧା, ଆଜ ସୁଧା ରାସ୍ତା କାମ ଅଧ ପନ୍ତରିୟା ଭାବେ ପଡିରହି ମରଣ ଯନ୍ତା ସାଜିଥିବା ଦାରିଙ୍ଗବାଡ଼ି ବ୍ଲକ ହ୍ୟୁମାନରାଇଟ୍ସ ଫ୍ରଣ୍ଟ ଇଣ୍ଡିଆର ସଦସ୍ୟ ମାନେ ଅଭିଯୋଗ କରିଛନ୍ତି। ପୂର୍ତ୍ତ ବିଭାଗ ଅଧିକାରୀଙ୍କ ଅବହେଳା ହେଉକି ଠିକାଦାରର ଖାମ ଖିଆଲ ମନ ଭାବରୁ ରାସ୍ତା କାମ ପ୍ରାୟ ଏକ ମାସ ବନ୍ଦ ରହିଛି। ଯାହାରି ଫଳରେ ବ୍ରହ୍ମଣୀଗାଁ ସ୍ଥିତ ପୁଡାସଙ୍ଖ ଛକଠାରୁ ଆରଏମପି ଛକ ଯାଏ ପ୍ରାୟ ଦେଢ଼ କିଲୋମିଟର ରାସ୍ତାରେ ବ୍ୟବହାର କରାଯାଇଥିବା ଚିପ୍ସ ସବୁ ଉଠି ଖାଲଖମାରେ ପରିପୂର୍ଣ୍ଣ ରହିଛି। ରାସ୍ତାସାରା ଖାଲଖମା ହୋଇଥିବା ଫଳରେ ଯାନବାହାନ ଚଳାଚଳରେ ବହୁ ସମସ୍ୟା ଦେଖାଦେବା ସହିତ ଅସରାଏ ବର୍ଷା ହେଲେ ଖାଲଖମାରେ ପାଣି ଜମି ରହୁ ଥିବାରୁ ସାଧାରଣ ଜନତା ଚାଲି ଯିବାରେ ମଧ୍ୟ ବହୁ ଅସୁବିଧାର ସମୁଖୀନ ହେଉଥିବା ଅଭିଯୋଗ ହେଉଛି। ସେହିପରି ବଜାରର ବ୍ୟାଙ୍କଛକ ରାସ୍ତାରେ ଚିପ୍ସ ସବୁ ଉଠି ରାସ୍ତା ଉପରେ ଖେଳେଇ ହୋଇ ପଡି ରହିଛି। ବଡ଼ ଗାଡିଟିଏ ବଜାରରେ ଯାତାୟାତ କଲା ବେଳେ ମୋଟର ସାଇକେଲ ଆରୋହି ମାନେ ବଡ଼ ଗାଡିକୁ ସାଇଡ ଦେବାକୁ ଯାଇ ଗୁଡିମୟ ରାସ୍ତାରେ ସ୍ଲିପ ହୋଇ ପଡ଼ିଥିବା ନଜିର ରହିଛି। ଏହିସବୁ ସମସ୍ୟାକୁ ଦୃଷ୍ଟିରେ ରଖି ବ୍ରାହ୍ମଣୀଗାଁ ଅଞ୍ଚଳ ବାସୀ ଗତ ଏକ ତାରିଖ ୧୨ ଘଣ୍ଟିଆ ବଜାର ବନ୍ଦ ଡାକରା ଦେଇଥିଲେ। ତହସିଲଦାର ଶରତ ସବରଙ୍କ ହସ୍ତକ୍ଷେପରେ, ବାଲିଗୁଡା ପୂର୍ତ୍ତ ବିଭାଗ ଏସି ସନ୍ତୋଷ ପାତ୍ରଙ୍କ ସାତ ଦିନ ମଧ୍ୟରେ ରାସ୍ତାକାମ କରିବାର ପ୍ରତିଶୃତିରୁ ଆନ୍ଦୋଳନ ହଟି ଥିଲା। ହେଲେ ବର୍ତ୍ତମାନର ପରିସ୍ଥିତିରେ ଗମନା ଗମନର ସୁବ୍ୟବସ୍ଥା କରିବାକୁ ଯାଇ,ପ୍ରଥମ ପର୍ଯ୍ୟାୟରେ ପ୍ପୂର୍ତ୍ତ ବିଭାଗ ପକ୍ଷରୁ ରାସ୍ତାର ଖାଲଖମାରେ ଚିପ୍ସ ପକାଇ ସମତଳ କରିବାକୁ ଅଞ୍ଚଳରେ ବାସୀଙ୍କ ପକ୍ଷରୁ ଦାବୀ ହେଉଥିବା ପ୍ରକାଶ ପାଇଛି।

ad-week
Leave A Reply

Your email address will not be published.