ସ୍ଵାମୀ ଲକ୍ଷ୍ମଣା ନନ୍ଦ ସରସ୍ବତୀଙ୍କ ୧୫ତମ ଶ୍ରାଦ୍ଧବାର୍ଷିକୀ ପାଳିତ…

add-all

ଫୁଲବାଣୀ: ଆଜି ପବିତ୍ର ଜନ୍ମାଷ୍ଟମୀ ସହ ଜଲେଶପଟା ଗୁରୁକୁଳ କନ୍ୟା ଆଶ୍ରମର ବ୍ରହ୍ମଲୀନ ବେଦାନ୍ତ କେଶରୀ ସ୍ଵାମୀ ଲକ୍ଷ୍ମଣା ନନ୍ଦ ସରସ୍ବତୀଙ୍କ ୧୫ତମ ଶ୍ରାଦ୍ଧବାର୍ଷିକୀ । ଏହି ଅବସରରେ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ଅନ୍ତର୍ଗତ ଜଲେଶପଟ୍ଟା ସଂସ୍କୃତ କନ୍ୟାଶ୍ରମ ପରିସରରେ ବହୁ ଆଡ଼ମ୍ବର


ସହକାରେ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ଓ ସ୍ଵାମୀ ଲକ୍ଷ୍ମଣା ନନ୍ଦ ସରସ୍ବତୀଙ୍କ ୧୫ତମ ଶ୍ରାଦ୍ଧବାର୍ଷିକୀ ପାଳନ କରାଯାଇଛି । ଏହାକୁ
ପୂଜ୍ୟ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ବଳିଦାନ ଦିବସ ଭାବେ ମଧ୍ଯ ପାଳନ କରାଯାଉଛି ଏହି ଅବସରରେ ସମଗ୍ର ଜିଲ୍ଲାର ୧୨ ଟି ବ୍ଳକରୁ କଳସରେ ପାଣି ଆଣି ସ୍ବାମୀଜୀଙ୍କ ସମାଧି ସ୍ଥଳରେ ତିଳ ତର୍ପଣ କରାଯାଇଛି । ଶ୍ରାଦ୍ଧ ବାର୍ଷିକୀ ଉତ୍ସବରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ମଧ୍ଯ କିଛି ସାଧୁ ସନ୍ଥଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା ।କନ୍ୟାଶ୍ରମ ଅନ୍ତେବାସୀଙ୍କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।ସକାଳୁ ପୂଣ୍ୟପୀଠ ବାବା ଜଳେଶ୍ବର ମନ୍ଦିର ନିକଟ ରାହୁଲ ନଦୀର ଜଳ ଆଣି କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା l ପରେ ଏହି ଜଳକୁ ପୂଜାର୍ଚ୍ଚନା ପୂର୍ବକ ସ୍ୱାମୀଜୀଙ୍କ ପ୍ରତିମୂର୍ତ୍ତିରେ ଜଳାଭିଷେକ କରାଯାଇଥିଲା । ହରିନାମ
ସଂକୀର୍ତ୍ତନ କଳସ ଶୋଭାଯାତ୍ରା, ଗୀତାଜ୍ଞାନ, ଗୋପୂଜନ, ହୋମ ଯଜ୍ଞ ସହ ପୂଜାର୍ଚ୍ଚନା କରି ସ୍ବାମୀଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା l ଅପରାହ୍ନରେ ଆଶ୍ରମର ସଭାଗୃହ ମଧ୍ଯରେ ବ୍ରହ୍ମଲୀନ ବେଦାନ୍ତ କେଶରୀ ସ୍ଵାମୀ ଲକ୍ଷ୍ମଣା ନନ୍ଦ ସରସ୍ଵତୀଙ୍କ ସ୍ମୃତିରେ ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା । ସ୍ମୃତି ସଭାରେ ଲକ୍ଷଣାନନ୍ଦ କିଭଳି ଭାବରେ ବାଳିକା ଶିକ୍ଷା ସଂସ୍କୃତି ଓ କୃଷିକୁ ପ୍ରାଧାନ୍ୟ ଦେଉଥିଲେ ଧର୍ମାନ୍ତରୀକରଣ ଓ ଗୋ ହତ୍ୟାକୁ ବିରୋଧ କରୁଥିଲେ ସେନେଇ ସ୍ମୃତିଚାରଣ ହୋଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ବିଶ୍ୱହିନ୍ଦୁ ପରିଷଦ, ବନବାସୀ କଲ୍ୟାଣ ଆଶ୍ରମ, ଏକଲ ଅଭିଯାନ ସାମିଲ ହୋଇଥିଲା।ଶ୍ରାଦ୍ଧ ବାର୍ଷିକୀ କାର୍ଯ୍ୟକ୍ରମ ପୂର୍ବରୁ ଆଜି ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ ପୋଲିସ ପ୍ରଶାସନ ପକ୍ଷରୁ ଜିଲ୍ଲାର ସମସ୍ତ ସ୍ଥାନରେ ଫ୍ଲାଗ୍ ମାର୍ଚ୍ଚ କରାଯାଇଥିଲା । ଜଲେଶପଟା ଠାରେ ଦୁଇ ଜଣ ଡିଏସପି ଏବଂ ତିନି ଜଣସବ୍‌ଇନିସ୍ପେକ୍ଟର ସମେତ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।ଉଭୟ ସ୍ଥାନରେ ପ୍ରାୟତଃ ଶାନ୍ତି ଶୃଙ୍ଖଳାରସହିତ ଜନ୍ମାଷ୍ଟମୀ ଓ ବଳିଦାନ ଦିବସ
ପାଳନ କରାଯାଇଛି । ସ୍ଵାମୀଜୀଙ୍କ ହତ୍ୟାକାଣ୍ଡକୁ 15ବର୍ଷ ବିତିଯାଇଥିଲେ ସୁଦ୍ଧା ଏଯାଏଁ ପ୍ରକୃତ ହତ୍ୟାକାରୀ ଓ ଷଡ଼ଯନ୍ତ୍ରକାରୀ କିଏ ତାହା ଜଣା ପଡ଼ିନାହିଁ । ବୋଲି ଆଲୋଚନା ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ହଜାର ହଜାର ଅନୁଗାମୀ ଯୋଗ ଦେଇଥିବାର ଦେଖିବାକୁ ମିଳିଥିଲା l

ad-week
Leave A Reply

Your email address will not be published.