ଫୁଲବାଣୀ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ…

add-all

ଫୁଲବାଣୀ: ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ପବିତ୍ର ଜନ୍ମାଷ୍ଟମୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ପ୍ରଧାନ ଆଚାର୍ଯ୍ୟ ରାଜେନ୍ଦ୍ର ପାଢ଼ୀ ଅତିଥି ପରିଚୟ ପ୍ରଦାନ କରିଥିଲେ ।ସହ-ପ୍ରଧାନ ଆଚାର୍ଯ୍ୟା ବୈଜୟନ୍ତୀ ସାମନ୍ତରାୟଙ୍କ ସଂଯୋଜନାରେ ଏହି ପୂଜନ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ବ୍ରଜବନ୍ଧୁ ମଲ୍ଲିକ , କୋଷାଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ନାୟକ, ଫିରିଙ୍ଗିଆ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ଅଧ୍ୟାପିକା ହରପ୍ରିୟା ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଏବଂ ପ୍ରଭୁ ଶ୍ରୀକୃଷ୍ଣଙ୍କ ଲୀଳା ବିଷୟରେ ଶିଶୁ ମାନଙ୍କୁ ଅବଗତ କରାଇଥିଲେ।ଶିଶୁ ମାନେ କୃଷ୍ଣ ଓ ରାଧାରାଣୀ ବେଶରେ ସଜେଇ ହୋଇ ବେଶ ପ୍ରତିଯୋଗିତାରେ ଭାଗ ନେଇଥିଲେ ଏବଂ କୃତି ଛାତ୍ର ଛାତ୍ରୀ ପୁରସ୍କୃତ ମଧ୍ୟ ହୋଇଥିଲେ। ପରେ ପରେ ଶିଶୁମାନଙ୍କ ମଧ୍ୟରେ ଭଜନ ପ୍ରତିଯୋଗିତା,ଦହି ହାଣ୍ଡି ଭାଙ୍ଗିବା ଆଦି କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା।ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ଦେବେନ୍ଦ୍ର କୁମାର ପଟ୍ଟନାୟକଙ୍କ ଦ୍ଵାରା ରଚିତ ଓଡ଼ିଆ ଭଜନକୁ ଆଚାର୍ଯ୍ୟ ଦୁର୍ଯ୍ୟୋଧନ ସିଂଙ୍କ ସଂଯୋଜନାରେ ଶିଶୁମାନେ ନୃତ୍ୟ ମାଧ୍ୟମରେ ପରିବେଷଣ କରିଥିଲେ | କାର୍ଯ୍ୟକ୍ରମରେ ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ସହଯୋଗ ଏବଂ ଅଭିଭାବକ/ଅଭିଭାବିକାମାନଙ୍କ ଉପସ୍ଥିତି କାର୍ଯ୍ୟକ୍ରମଟିକୁ ସରସ ସୁନ୍ଦର କରିପାରିଥିଲା।ପ୍ରଧାନ ଆଚାର୍ଯ୍ୟ ରାଜେନ୍ଦ୍ର କୁମାର ପାଢ଼ୀ ହୋମ ଯଜ୍ଞ ପୂର୍ବକ ପୂଜାର୍ଚ୍ଚନା କରିଥିବାବେଳେ ବ୍ରାହ୍ମଣଙ୍କ ଦ୍ୱାରା ଉଚ୍ଚାରିତ ମନ୍ତ୍ର ପାଠରେ ବିଦ୍ୟାଳୟ ପରିବେଶ ଭାବମୟ ହୋଇ ଉଠିଥିଲା। ପରିଶେଷରେ ସମସ୍ତ ବେଶଧାରୀ ଶିଶୁମାନଙ୍କୁ ପୁରସ୍କାର ବିତରଣ କରାଯିବା ସଙ୍ଗେ ସଙ୍ଗେ ଉପସ୍ଥିତ ସମସ୍ତଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା।

ad-week
Leave A Reply

Your email address will not be published.