ଆସିକା ସହର ରେ ଅସୁରକ୍ଷିତ ଭାବେ ନିର୍ମାଣ ଚାଲିଛି ସୁରକ୍ଷା ପାଚେରୀ…!

add-all

ଧର୍ମକୁ ଆଖିଠାର ନୀତିରେ ଚାଲିଛି କାମ…ସରକାରୀ ନିୟମ କୁ ଫୁ


ବ୍ରହ୍ମପୁର : ୭-୯ ଆସିକା ସହର କୁ ବନ୍ୟା ଦାଉରୁ ରକ୍ଷା ପାଇଁ ନିର୍ମାଣ ଚାଲିଛି ସୁରକ୍ଷା ପାଚେରୀ। ଆସିକା ପୁଡୁଗେଶ୍ୱର ପଲ୍ଲୀ ଠାରେ ଥିବା ଋଷିକୂଲ୍ୟା ନଦୀ ର ବାମ ପାର୍ଶ୍ଵ ନଦୀ ବନ୍ଧର ସୁରକ୍ଷା ଓ ପୁନରୁଦ୍ଧାର କାର୍ଯ୍ୟ ଜଳସମ୍ପଦ ବିଭାଗ ପକ୍ଷରୁ ୪ କିମି ଦୈର୍ଘ୍ୟ କାର୍ଯ୍ୟ ଗତ ମାର୍ଚ୍ଚ ମାସରୁ ଚାଲିଛି। ଏହି କାର୍ଯ୍ୟ ପାଇଁ ୬କୋଟି୭୮ଲକ୍ଷ୬୧ ହଜାର ଟଙ୍କାର ଅଟକଳ କରାଯାଇ କାର୍ଯ୍ୟ ଆରମ୍ଭ ହୋଇଛି। ରାଜ୍ୟ ସରକାର ମହତ କାର୍ଯ୍ୟ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଆସିକା ସହର କୁ ବନ୍ୟା ଦାଉରୁ ରକ୍ଷା ପାଇଁ ଏହି ଅନୁଦାନ ଯୋଗାଇଛନ୍ତି। ଏହାର ଦାୟିତ୍ୱ ତଦାରଖ ପାଇଁ ଜଳସମ୍ପଦ ବିଭାଗର କର୍ତ୍ତବ୍ୟ କିନ୍ତୁ ଦାୟିତ୍ୱ ରେ ଥିବା ବାବୁ ମାନେ ବ୍ରହ୍ମପୁର ରେ ରହି ନିର୍ମାଣ କାର୍ଯ୍ୟ ସମୟ ରେ ଉପସ୍ଥିତ ନ ରହିବାର ସୁଯୋଗ ନେଇ ଠିକାଦାର ମହାଶୟ ସରକାର ଙ୍କ ଚୁକ୍ତି ମୁତାବକ କାମ କରୁନଥିବା ଚାର୍ଚ୍ଚା ହେଉଛି। ଏହି ରିଙ୍ଗ ରୋଡ଼ ପାଇଁ ଚାଲିଥିବା ସୁରକ୍ଷା ପାଚେରୀ ର ପାଇ ଲିଙ୍ଗ ନଦୀ ଗର୍ଭର ଭିତରକୁ ୩୫ ଫୁଟ କରିବା ନିୟମ ଥିବା ବେଳେ ଏହାର ଖିଲାପ କରି କୁଆଡ଼େ ୧୮ ଫୁଟ ପର୍ଯ୍ୟନ୍ତ ପାଇଲିଙ୍ଗ କରା ଯାଉଥିବା ନେଇ ଚାର୍ଚ୍ଚା ଏବେ ଜୋର ଧରିଛି। ଅଧିକାରୀ ଙ୍କ ଠିକାଦାରଙ୍କୁ ଆଶିର୍ବାଦ ଓ ଅନୁପସ୍ଥିତି ଆସିକା ବାସୀ ଙ୍କ ପାଇଁ କାଳ ହେବ। ଏହି ଦୁର୍ନୀତି ରାଜନୈତିକ ମୋହଲରେ ଚାର୍ଚ୍ଚା ହେଲେ ମଧ୍ୟ ଠିକାଦାରଙ୍କ ମଧ୍ୟ ଶାସକ ଦଳରେ ଦବଦବା ହେତୁ କେହି ହେଲେ ମୁହଁ ଖୋଲିବାକୁ ସାହାସ କରୁନାହାନ୍ତି ବୋଲି ସବୁଆଡେ ଚାର୍ଚ୍ଚା ହେଉଛି। ଜଳସମ୍ପଦ ବିଭାଗ ସଚିବ ତୁରନ୍ତ ଏହି ଦୁର୍ନୀତି କୁ ରୋକ ନ ଲଗାଇଲେ ଆସିକା ବାସୀ ପୂର୍ବ ଭଳି ବନ୍ୟା ର ସମ୍ମୁଖିନ ହେବେ ଓ ଏହି ପାଚେରୀ ଭୁଶୁଡି ପଡିବାର ସମ୍ଭବାନ ରହିଛି, ବୋଲି ପରିବେଶ ବିତ୍ତ ମାନେ ମତ ପୋଷଣ କରୁଛନ୍ତି। ଏହି ନିର୍ମାଣଧୀନ କାର୍ଯ୍ୟ ରେ ହୋଇଥିବା ଦୁର୍ନୀତି କୁ କ୍ୱାଲିଟି କଣ୍ଟ୍ରୋଲ ଦ୍ୱାରା ତଦନ୍ତ କରିଲେ ଅସଲ ମୁଖା ଖୋଲିଯିବ ।

ad-week
Leave A Reply

Your email address will not be published.