
କୁଆଁରମୁଣ୍ଡା: ୭-୯ ଆଜି କୁଆଁରମୁଣ୍ଡା ନାଗରିକ କମିଟିର ଆହ୍ୱାନ ରେ ରାସ୍ତାରୋକ କରାଯାଇଛି। ନାଗରିକ କମିଟିର ଆବାହକ ତଥା ଯୁବ ନେତା ରାଜେଶ କେର୍କେଟା ଓ ବିଜେପି ର କର୍ମକର୍ତ୍ତା ସଂଜୀବ ପ୍ରତାପ ସିଂଦେଓ(ଲାଲୁ),ଶଙ୍କର ପୁଜାରିଙ୍କ ନେତୄତ ରେ ସ୍ଥାନୀୟ ଲୋକଙ୍କ ସହାୟତାରେ କୁଆଁରମୁଣ୍ଡା ଜମୁନା ନାକୀ (୧୪୩ ନଂ ଜାତୀୟ ରାଜପଥ)ଠାରେ ରାସ୍ତାରୋକ ହୋଇଯାଇଛି ।ମହାବୀର ଫେରୋ ଆଲୋୟଜ ର ମାଲିକ( ବିକି ଜୈନ୍)ଇଡ୍ କୋ ଜରିଆରେ ୨୦ଏ ୯୦ ଡି.ଗୋଚର ଟୁଙ୍ଗୁରୀ ଜମିକୁ ଲିଜ ଆକାରରେ ନିଜ କାରଖାନା ନାମରେ ଶାଗ ମାଛ ଦରରେ ନେଇ ଯାଇଛି । ଆଜି ଲିଜ ନେଇଥିବା ଜମି ଉପରେ ପାଚେଚେରୀ ନିର୍ମାଣ ଚାଲିଥିଲା।
ସରକାରଙ୍କ ନିୟମ ଅନୁଯାଇ କାରଖାନା ପାଇଁ ଜମି ଲିଜ ନେଲେ ସ୍ଥାନୀୟ ନିର୍ବାଚିତ ପ୍ରତିନିଧି ସରପଞ୍ଚ ସରକାରୀ କର୍ମଚାରୀ ଓ ଗ୍ରାମ ପଞ୍ଚାୟତର ବସ୍ତି ବାସିଙ୍କ ଉପସ୍ଥିତ ରେ ସହ ଜନଶୁଣାଣୀ ହେବା
କଥା ଓ ଗ୍ରାମବାସୀଙ୍କ ସହମତି ନେଇ ଜମିକୁ ଲିଜ ଦିଆଯିବା କଥା,କିନ୍ତୁ ଏ ସବୁ ସରକାରଙ୍କ ନୀୟମ କୁ ଉଲଂଘନ କରି କିଛି ସ୍ଥାନୀୟ ନେତା ଓ କିଛି ସରକାରି କର୍ମଚାରୀ, କିଛି କୁଚକ୍ରୀ ଗୋଷ୍ଠୀ ଙ୍କୁ ହାତବାରିସି କରି ବେଆଇନ ଭାବେ ଜମି ଲିଜ ନେଇ ଯିବା ଏଠାକାର ଜନସାଧାରଣଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି।ଏହାର ପ୍ରତିବାଦ ରେ ସ୍ଥାନୀୟ ପଞ୍ଚାୟତ ବାସୀ ଙ୍କ ସହ କୁଆଁରମୁଣ୍ଡା ନାଗରିକ କମିଟିର ସଦସ୍ଯ ମାନେ ଆଜି ରାସ୍ତାରୋକ କରି ଆନ୍ଦୋଳନ ଚଲାଇଛନ୍ତି ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟି ରେ ରଖି ଜିଲ୍ଲା ପ୍ରଶାସନ ପୋଲିସ ଓ ଜଣେ ମାଜିଷ୍ଟ୍ରେଟ ଙ୍କୁ ନିୟୋଜିତ କରା ଯାଇ ଥିଲା । ପରିସ୍ଥିତି କୁ ନଜରରେ ରଖି କିଛି ନାଗରିକ କମିଟିର ସଦସ୍ୟା ମାନଙ୍କୁ ପୋଲିସ ଉଠାଇ ନେଇ ଅଟକ ରଖିଛି। ଏବେବି ଉକ୍ତ ଅଞ୍ଚଳ ରେ ଉତ୍ତେଜନା ଲାଗିରହିଛି। ଏଠାରେ ସୂଚନା ଥାଉକୁ କୁଆଁରମୁଣ୍ଡା, ରାଉରକେଲା, ଲାଠିକଟା, ଓ ବୀରମିତ୍ରପୁର ତହସିଲ ଅଞ୍ଚଳରେ ଏହି ଭଳି ଅନେକ ସରକାରୀ ଜମି ମାଫିଆଙ୍କ କବ୍ଜା ରେ କିଛି ଅସାଧୁ ତହସିଲ କର୍ମଚାରୀ ଓ ଆର ଆଇ ଙ୍କୁ ହାତ ବାରିସୀ କରି ଜମି ମାଫିଆ ମାନେ ସରକାରୀ ଜମି ହଡପ କରିବାରେ ଲାଗିଛନ୍ତି ତେଣୁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଏଥି ପ୍ରତି ଧ୍ୟାନ ଦେବାକୁ ବୁଦ୍ଧି ଜୀବି ତଥା ସାଧାରଣ ରେ ଦାବୀ ହେଉଛି