
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ତ୍ରିଦେବ ନଗର ବସ୍ତି କମିଟିର କର୍ମକର୍ତ୍ତା ଜୁଧିଷ୍ଟିର କହଁରଙ୍କ ଅକାଳ ବିୟୋଗ ହୋଇଥିଲା l ଆଜି ତାଙ୍କର ଦଶାହ କାର୍ଯ୍ୟକ୍ରମ ନିଜ ବାସଭବନ ଠାରେ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ତ୍ରିଦେବ ନଗର ବସ୍ତିର କମିଟି କର୍ମକର୍ତ୍ତାଙ୍କ ତରଫରୁ କିଛି ରାସନ ସାମଗ୍ରୀ ଦେଇ ମୃତ୍ୟୁ ବରଣ କରିଥିବା ଜୁଧିଷ୍ଟିର କହଁରଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ନୀରବ ପ୍ରାର୍ଥନା ଭଗବାନଙ୍କ ନିକଟରେ କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ତ୍ରିଦେବ ନଗର ବସ୍ତିର କମିଟି ସଭାପତି,ସୁରଥ କହଁର, ସମ୍ପାଦକ, ଚନ୍ଦ୍ର ମଣି ଦେହୁରୀ, ତ୍ରିଦେବ ନଗର ବସ୍ତିର ପରାମର୍ଶ ଦାତା କୁନା ଦିଗାଲ, ପରାମର୍ଶଦାତା ବରିଷ୍ଠ ମହିଳା ତାରାବତୀ ମାଝି, ତ୍ରିଦେବ ନଗର ବସ୍ତିର ଇଷ୍ଟଦେବୀ ମାଁ ବ୍ରାହ୍ମଣୀଦେବୀଙ୍କ ବରିଷ୍ଠ ପୂଜକ ଦିଲ୍ଲିପ କୁମାର ଦଳବେହେରା, ସମାଜ ସେବୀ,ଦାରୁଣ ବେହେରା, ଏବଂ ତ୍ରିଦେବ ନଗର ବସ୍ତିର କମିଟି କର୍ମକର୍ତ୍ତା, ପ୍ରକାଶ ବଗେର, ପଦ୍ମଲୋଚନ ମହାକୁଡ, ପ୍ରକାଶ କୁମାର ପାଢ଼ୀ, ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମଟିକୁ ମାନବାଧିକାର ମିସନ କନ୍ଧମାଳ ଜିଲ୍ଲା ସଭାପତି ବିରାଜ କୁମାର ପ୍ରଧାନଙ୍କ ତତ୍ବାବଧାନରେ ପରିଚାଳିତ ହୋଇଥିଲା।