ଭାରତୀୟ ଜୀବନ ବୀମା ନିଗମର ୬୭ ତମ ପ୍ରତିଷ୍ଠା ଦିବସ

add-all

ଚିକିଟୀ : ଭାରତୀୟ ଜୀବନ ବୀମା ନିଗମର ୬୭ ତମ ପ୍ରତିଷ୍ଠା ଦିବସ ଅବସରରେ ଚିକିଟୀ ଭାରତୀୟ ଜୀବନ ବୀମା ନିଗମର ସାଟେଲାଇଟ ଅଫିସରେ ଶାଖା ପରିଚାଳକ ଅଭିରାମ ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି।୭ ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମର ଉଦଯାପନୀଦିବସ ରେ ମୁଖ୍ୟଅତିଥି ଭାବେ ଧlନଘର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଦୀପ୍ତ କୁମାର ପଟ୍ଟନାୟକ ଯୋଗଦେଇ ଜୀବନ ବିମା ନିଗମର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଶାଖା ତରଫରୁ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ଯରେ ବକ୍ତୃତା ଓ ଚିତ୍ର ପ୍ରତିଯୋଗିତା ହୋଇଥିଲା।ଏଥିରେ ୧୧ ଗୋଟି ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଭାଗ ନେଇଥିଲେ। ବକୃତା ପ୍ରତିଯୋଗୀତାରେ ଶୁଭ ଶ୍ରୀ ନାୟକ ପ୍ରଥମ ସ୍ଥାନ , ବିମାତା ସାହୁ ଦ୍ୱିତୀୟ,ଅର୍ଚ୍ଚିତା ପ୍ରଧାନ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ଚିତ୍ର ପ୍ରତିଯୋଗିତାରେ ପ୍ରୀୟଂସୁ ପ୍ରଧାନ ପ୍ରଥମ , ହେମକା ପ୍ରଧାନ ଦ୍ୱିତୀୟ, ବିଶ୍ୱଜିତ୍ ବିଷୋୟୀ ତୃତୀୟ ସ୍ଥାନ ଅଧିକାର କରି ଅତିଥିଙ୍କ ଦ୍ଵାରା ମାନପତ୍ର ଓ ପୁରସ୍କାର ଗ୍ରହଣ କରିଥିଲେ। ଏହି ଅବସରରେ ଡିଓ ପି.ଅର୍ଜୁନ ରେଡ୍ଡୀ,ମାଧବ ଚନ୍ଦ୍ର ପାତ୍ର,ଏସ.ବିଜୟ କୁମାର ରାଓ, ରବୀନ୍ଦ୍ର ସେଠୀ, ଏ ଏ ଓ ପ୍ରଭାକର ସାହୁ, ତ୍ରିପତି ବାଲାଜୀ ବେହେରା, ବରିଷ୍ଠ ଅଭିକର୍ତ୍ତl ଟି.ଆନନ୍ଦ ସୁବୁଦ୍ଧି ପ୍ରମୁଖ ଉପସ୍ଥିତ ଥିଲେ। ବିଭିନ୍ନ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକ ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ। ଶେଷରେ ଡିଓ ପି.ଅର୍ଜୁନ ରେଡ୍ଡୀ ଧନ୍ୟବାଦ ଅର୍ପଣ କରିଥିଲେ।

ad-week
Leave A Reply

Your email address will not be published.