ନୂଆଁଖାଇ ପାଇଁ ବାହାରିଲା ଲଗ୍ନ; ସେପ୍ଟେମ୍ବର ୨୦ରେ ଏହି ସମୟରେ ମା’ଙ୍କ ନିକଟରେ ହେବ ନବାନ୍ନ…

add-all

nua

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଗଣପର୍ବ ନୂଆଁଖାଇ ପାଇଁ ଗୁରୁବାର ଦିନ ଲଗ୍ନ ନିର୍ଦ୍ଧାରିତ ହୋଇଛି। ସମ୍ବଲପୁର ସହରର ବ୍ରହ୍ମପୁର ମନ୍ଦିର ଟ୍ରଷ୍ଟ ଦ୍ବାରା <ଏହି ମନ୍ଦିର ପରିସରରେ ପଣ୍ଡିତ ମହାସଭାରେ ଏହି ଲଗ୍ନ ନିର୍ଦ୍ଧାରିତ ହୋଇଛି। ପଣ୍ଡିତ ମହାସଭାରେ ନିର୍ଦ୍ଧାରିତ ଅନୁସାରେ ଆସନ୍ତା ୨୦ ତାରିଖ ଭାଦ୍ରବ ଶୁକ୍ଳପକ୍ଷ ପଂଚମୀ ତିଥିରେ ବିଛା ଲଗ୍ନରେ ସକାଳରୁ ୧୦ଟା ୨୭ ଲଗ୍ନରେ ସକାଳ ୧୦ଟା୪୨ ଟ ମଧ୍ୟରେ ଶୁଭ ଲଗ୍ନ ଭିତରେ ଲଗ୍ନ ନିର୍ଦ୍ଧାରଣ ହୋଇଛି। ଏହି ସମୟ ଭିତରେ ପଶ୍ଚିମ ଓଡିଶାର ଇଷ୍ଟଦେବୀ ମା’ ସମଲେଶ୍ବରୀଙ୍କଠାରେ ନବାନ୍ନ ଲାଗି କରାଯିବ। ପରେ ସାରା ପଶ୍ଚିମ ଓଡିଶାବାସୀ ନବାନ୍ନ ଭକ୍ଷଣ କରିବେ।

ପ୍ରଥମେ ବିଦ୍ବାନ, ପଣ୍ଡିତ ପହଂଚିଲା ପରେ ବିଷ୍ଣୁ ସହସ୍ର ନାମ ପାଠ କରିଥିଲେ। ଏହା ପରେ ସମଲେଶ୍ବରୀଙ୍କ ରାଶି ନକ୍ଷତ୍ର ଗଣନା କରି ଏହି ଲଗ୍ନ ନିର୍ଦ୍ଧାରଣ ହୋଇଥିଲା। ପଣ୍ଡିତ ମଣ୍ଡଳୀ ପାଂଜି ଦେଖିବା ପରେ ଲଗ୍ନ ନିର୍ଦ୍ଧାରଣ ହୋଇଥିଲା। ସେହି ଲଗ୍ନ ପତ୍ରକୁ ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ କମିଟି ସଦସ୍ୟ ଓ ମନ୍ଦିର ପୂଜକ ଯାଇ ମାଁ ସମଲେଶ୍ବରୀଙ୍କଠାରେ ଲଗ୍ନପତ୍ର ପ୍ରଦାନ କରିବେ। ଲଗ୍ନ ଅନୁସାରେ ପ୍ରଥମେ ମାଁ ସମଲେଶ୍ବରୀଙ୍କଠାରେ ନବାନ୍ନ ଲାଗିହେବା ପରେ ସାରା ପଶ୍ଚିମ ଓଡିଶାବାସୀ ନବାନ୍ନ ଭକ୍ଷଣ କରିବେ।

ଏହି ପଣ୍ଡିତ ମହାସଭାରେ ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟର ସରୋଜ ଦଳପତି, ଶୁଭେନ୍ଦୁ ମିଶ୍ର, ସଂଜୟ କୁମାର ମିଶ୍ର, ସୀତାକାନ୍ତ ପାଣିଗ୍ରାହୀ, ପ୍ରାଣ ରଂଜନ ପଣ୍ଡା, ପାର୍ଥ ସାରଥୀ ମିଶ୍ର ଓ ଶୁଭେନ୍ଦୁ ପଣ୍ଡା ଉପସ୍ଥିତ ଥିଲେ। ସେହିପରି ବୈଠକରେ ପଣ୍ଡିତ ରବିନାରାୟଣ ପଣ୍ଡା, ପଣ୍ଡିତ ଗୋପୀନାଥ ପଣ୍ଡା, ପଣ୍ଡିତ ସଚ୍ଚିଦାନନ୍ଦ ପ୍ରସାଦ ମିଶ୍ର, ପଣ୍ଡିତ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ, ପଣ୍ଡିତ ଲକ୍ଷ୍ମଣ ବେହେରା ଓ ପଣ୍ଡିତ କୃଷ୍ଣକାନ୍ତ ପାଣିଗ୍ରାହୀ ଯୋଗ ଦେଇଥିଲେ।

Post Views: 6

ad-week
Leave A Reply

Your email address will not be published.