ଦାରିଙ୍ଗବାଡି ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ…

add-all

ଦାରିଙ୍ଗବାଡ଼ି : .ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସଭାଗୃହରେ ରୋଗୀ କଲ୍ୟାଣ ସମିତି ବୈଠକ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଜାକେଶ ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଘୁ. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ସମିତି ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ,ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଲିକ, ସମିତି ସଭ୍ୟ କାଳିପ୍ରସାଦ ମଲିକ, ବିଡିଓ ଗଦାଧର ପାତ୍ର, ବିଇଓ ରାସାନନ୍ଦ କର, ସିଡିପିଓ ଅଞ୍ଜଳି ମହାପାତ୍ର ସହିତ ଅନ୍ୟ ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ । ପ୍ରଥମେ ବିଧାୟକ ନୂତନ ଭାବେ ନିର୍ମାଣ ହେଉଥିବା କାର୍ଯ୍ୟକୁ ତଦାରଖ କରିଥିଲେ । ଏହା ପରେ ବୈଠକରେ ଯୋଗଦେଇ ସ୍ୱାସ୍ଥ୍ୟ କେନ୍ଦ୍ର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ମୁଖ୍ୟ କରି କରୋନା ସମୟରେ ରୋଗୀ କଲ୍ୟାଣ ସମିତି ବୈଠକ ହେବା ପରେ ପାଖା ପାଖି ଦୁଇ ବର୍ଷରୁ ଉର୍ଦ୍ଧ ହେବ ହୋଇନଥିଲା । ଏଥିପାଇଁ ବିଧାୟକ ଉଦବେଗ ପ୍ରକାଶ କରିବା ସହିତ ସାଧାରଣ ଜନତାଙ୍କୁ ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା ଓ ନିୟମିତ ସ୍ୱାସ୍ଥ୍ୟ ସେବା ,ସଚେତନତା କ୍ଷେତ୍ରରେ ସମସ୍ୟା ନେଇ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲା ପାଳଙ୍କ ନିର୍ଦ୍ଦେଶ କ୍ରମେ ସ୍ୱାସ୍ଥ୍ୟ କେନ୍ଦ୍ର ବାଉଣ୍ଡରୀକୁ ଲାଗି ରହିଥିବା ଉଠାଦୋକାନୀଙ୍କୁ ଉଛେଦ କରିବା ସହିତ ପ୍ରଶାସନ ପକ୍ଷରୁ ହୋଇଥିବା ବଜାରଗୃହକୁ ମଧ୍ୟ ଉଛେଦ କରିବା ପାଇଁ ନିର୍ଦ୍ଦେଶ ରହିଥିଲା। ଏହାକୁ ବ୍ଳକ ପ୍ରଶାସନ ଓ ରୋଗୀ କଲ୍ୟାଣ ସମିତି ସଭ୍ୟ ସଭ୍ୟା ଉଛେଦ ନକରି ଭଡ଼ା ଟଙ୍କା ବଢାଇ ରୋଗୀଙ୍କ ସୁବିଧା ପାଇଁ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।

ad-week
Leave A Reply

Your email address will not be published.