ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମାଡ଼ ମାରି ଘରେ ନିଆଁ ଲଗାଇଦେଲା ଯୁବକ…

add-all

nia

ଭଦ୍ରକ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ବ୍ୟକ୍ତିଙ୍କୁ ମାଡ଼ମାରି ତାଙ୍କ ଘରେ କିଛି ଯୁବକ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ। ନିଆଁରେ ଘରର ସବୁ ଆସବାବ ପତ୍ର ପୋଡ଼ି ଯାଇଛି। ହେଲେ ଦୁର୍ଘଟଣାରେ କେହି ମୃତାହତ ହୋଇ ନାହାନ୍ତି।

ଅଭିଯୋଗ ଅନୁସାରେ, ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ତଳାଙ୍ଗ ଗ୍ରାମରେ ରହୁଥିବା ଗୋବିନ୍ଦ ଜେନାଙ୍କର ଗତ ଦୁଇ ଦିନତଳେ କୌଣସି କଥାକୁ ନେଇ ଜେନା ସାହିର କିଛି ଲୋକଙ୍କ ସହ ପାଟିତୁଣ୍ଡ ହୋଇଥିଲା। ପରେ ଉଭୟ ପକ୍ଷ ଥାନାରେ ଏତଲା ଦେଇଥିଲେ। ପୁଲିସ ଉଭୟ ପକ୍ଷଙ୍କୁ ଥାନାକୁ ଡକାଇଥିଲା। ଉଭୟ ପକ୍ଷ ବୁଝାମଣା ପାଇଁ କିଛି ଦିନ ସମୟ ନେଇଥିଲେ।

କିନ୍ତୁ ହଠାତ୍ ଗତକାଲି ବିଳମ୍ବିତ ରାତିରେ ଜେନା ସାହିର କିଛି ଯୁବକ ଆସି ଗୋବିନ୍ଦ ଜେନାଙ୍କ ଘର କବାଟ ବାଡ଼େଇଥିଲେ। ଘରୁ ବାହାରି ଆସିବାରୁ ଗୋବିନ୍ଦଙ୍କୁ ଯୁବକମାନେ ପ୍ରବଳ ମାଡ଼ ମାରିଥିଲେ। ପରେ ଘରେ ନିଆଁ ଲଗାଇଦେଇଥିବା ଗୋବିନ୍ଦ ଅଭିଯୋଗ କରିଛନ୍ତି। ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି।

Post Views: 6

ad-week
Leave A Reply

Your email address will not be published.