ଆସନ୍ତା ୧୧ ରୁ ବଜ୍ରପାତ ସହ ପ୍ରବଳ ବର୍ଷା ସମ୍ଭାବନା…

add-all

rain

ଭୁବନେଶ୍ବର : ଚଳିତ ମାସ ୧୧ ଓ ୧୨ ତାରିଖରେ ରାଜ୍ୟରେ ବଜ୍ରପାତ ସହିତ ପ୍ରବଳ ବର୍ଷା ସମ୍ଭାବନା ଥିବାନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ପରବର୍ତ୍ତୀ ସମୟରେ ବର୍ଷା ପରିମାଣ ବୃଦ୍ଧି ପାଇବା ସମ୍ଭାବନା ରହିଛି। ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାରୁ ଏହାର ପ୍ରଭାବରେ ଚାନ୍ଦବାଲି, ବାଲେଶ୍ବର, ଭୁବନେଶ୍ବର, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ରାଉରକେଲା, ଯାଜପୁର ଏବଂ ବୌଦ୍ଧ ଆଦି ଅଞ୍ଚଳରେ ବର୍ଷା ହୋଇଛି।

ଆସନ୍ତା ୨ ଦିନ ରାଜ୍ୟର କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ବରଗଡ଼, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି ଏବଂ ସୁବର୍ଣ୍ଣପୁରରେ ବଜ୍ରପାତ ସହ ବର୍ଷା ସମ୍ଭାବନା ରହିଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ ଅନୁଯାୟୀ, ସେପ୍ଟେମ୍ବର ୧ରୁ ସେପ୍ଟେମ୍ବର ୮ ମଧ୍ୟରେ ରାଜ୍ୟରେ ୧୦୧.୭ ମି.ମି ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ୱାଭାବିକ ବର୍ଷା ୭୮.୨ମି.ମି ତୁଳନାରେ ୩୦% ଅଧିକ ରହିଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ମୌସୁମୀ ସକ୍ରିୟ ସହ ହାରାହାରି ବର୍ଷା ୧୭ ମି.ମି ରେକର୍ଡ କରାଯାଇଛି, ଯାହା ସ୍ୱାଭାବିକ ବର୍ଷା ୭.୮ମି.ମି ତୁଳନାରେ ୧୧୯ ପ୍ରତିଶତ ଅଧିକ। ବର୍ଷା ବଲାଙ୍ଗୀର ଜିଲାର ପାଟଣାଗଡ଼ରେ ସର୍ବାଧିକ ୧୦୨.୪ ମି.ମି ବର୍ଷା ରେକର୍ଡ ହୋଇଛି।


Post Views: 6

ad-week
Leave A Reply

Your email address will not be published.