ଦିଲ୍ଲୀରେ ପ୍ରବଳ ବର୍ଷା, ‘ଭାରତ ମଣ୍ଡପମ୍‌’ରେ ପଶିଲା ପାଣି…

add-all

err

ନୂଆଦିଲ୍ଲୀ : ଜି-୨୦ ଶିଖର ସମ୍ମିଳନୀ ଚାଲିଥିବା ବେଳେ ନୂଆଦିଲ୍ଲୀରେ ପ୍ରବଳ ବର୍ଷା ହୋଇଛି। ଏହି କାରଣରୁ ଆୟୋଜନ ସ୍ଥଳରେ ସମସ୍ୟା ବଢ଼ିଯାଇଛି। ଜି-୨୦ ସଦସ୍ୟମାନଙ୍କ ଆତିଥ୍ୟ ପାଇଁ ତିଆରି ‘ଭାରତ ମଣ୍ଡପମ୍‌’ର ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏହି ଭିଡିଓରେ ଭାରତ ମଣ୍ଡପମ୍‌ର ଚାରି ପାର୍ଶ୍ୱରେ ବର୍ଷା ପାଣି ଜମି ରହିଥିବା ଦେଖିବାକୁ ମିଳୁଛି, ଯାହାକୁ ନେଇ କଂଗ୍ରେସ ମୋଦି ସରକାରଙ୍କୁ ଟାର୍ଗେଟ୍‌ କରିଛି।

ପାଣି ଜମି ରହିଥିବା ଭାରତ ମଣ୍ଡପମ୍‌ର ଭିଡିଓକୁ ଭାରତୀୟ ଯୁବ କଂଗ୍ରେସ ଅଧ୍ୟକ୍ଷ ବିଭି ଶ୍ରୀନିବାସ ସୋସିଆଲ ମିଡିଆ ଫ୍ଲାଟ୍‌ଫର୍ମ ‘ଏକ୍ସ’ରେ ସେୟାର କରିଛନ୍ତି। ସେ ଲେଖିଛନ୍ତି, ‘କୋଟି କୋଟି ଟଙ୍କା ଖର୍ଚ୍ଚ କରି ଜି-୨୦ ସଦସ୍ୟମାନଙ୍କ ଆତିଥ୍ୟ ପାଇଁ ତିଆରି ହୋଇଥିବା ଭାରତ ମଣ୍ଡପମ୍‌ର ଚିତ୍ର। ବିକାଶ ପାଣିରେ ଭାସୁଛି…’।

ଏହି ଭିଡିଓକୁ କଂଗ୍ରେସର ଅଫିସିଆଲ ମିଡିଆ ପ୍ଲାଟ୍‌ଫର୍ମ ଆଇଏନ୍‌ସି ଟିଭି ମଧ୍ୟ ଏକ୍ସରେ ସେୟାର କରିଛି। ଏଥିରେ ଲେଖାଯାଇଛି, ‘ଫମ୍ପା ବିକାଶର ଅସଲ ଚେହେରା ପଦାକୁ ଆସିଛି। ଜି-୨୦ ପାଇଁ ଭାରତ ମଣ୍ଡପମ୍‌ ପ୍ରସ୍ତୁତ କରାଯାଇଛି। ୨,୭୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଗୋଟିଏ ବର୍ଷାରେ ପାଣି ପଶିଯାଇଛି’।

କହି ରଖୁଛୁ, ଭାରତ ମଣ୍ଡପମ୍‌ ସମ୍ମିଳନୀ କକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌, ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରୁଷି ସୁନକ, ଅଷ୍ଟ୍ରେଲିଆ ପିଏମ୍‌ ଆନ୍ଥୋନି ଅଲ୍‌ବନିଜଙ୍କ ସମେତ ୩୦ରୁ ଅଧିକ ଦେଶ ଏବଂ ସଙ୍ଗଠନର ନେତାଙ୍କୁ ସ୍ୱାଗତ କରିଥିଲେ।

Post Views: 6

ad-week
Leave A Reply

Your email address will not be published.