ଚାକିରି କରାଇ ଦେବା ନାଁରେ ଠକେଇ, ବାପ-ପୁଅ ଗିରଫ…

add-all

ar

ପାଟଣାଗଡ଼ : ଚାକିରି କରାଇ ଦେବା ନାଁରେ ୮ ଲକ୍ଷ ୬୦ ହଜାରରୁ ଅଧିକ ଟଙ୍କା ହଡ଼ପ କରିଥିବା ଅଭିଯୋଗରେ ଜଣେ ବ୍ୟକ୍ତି ଓ ତାଙ୍କ ପୁଅଙ୍କୁ ଗିରଫ କରିଛି ପୁଲିସ। ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଅଞ୍ଚଳରେ। ଗିରଫ ବାପ-ପୁଅ ହେଉଛନ୍ତି ବେଣୁଧର ଜଗତ ଓ ହେମନ୍ତ ଜଗତ। ସେମାନଙ୍କ ଘର ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା କରଙ୍ଗାମାଲ ଗାଁରେ। ବେଣୁଧର ଜଗତ ପାଟଣାଗଡ଼ରେ ଏକ ରେଷ୍ଟୁରାଣ୍ଟ ଚଲାଉଛନ୍ତି। ଏହାକୁ ସେ ଲିଜ୍‌ରେ ନେଇ ଚଲାଉଛନ୍ତି।

ପାଟଣାଗଡ଼ ଏସ୍‌ଡିପିଓଙ୍କ ସୂଚନା ଅନୁଯାୟୀ, ଗତ ଜୁଲାଇ ମାସରୁ ବେଣୁଧର ଓ ତାଙ୍କ ପୁଅ ଏକ ସଂସ୍ଥା ଖୋଲି ଯୁବକମାନଙ୍କୁ ସିକ୍ୟୁରିଟି ଗାର୍ଡ ଚାକିରି କରାଇ ଦେବାକୁ କହି ଟଙ୍କା ଆଦାୟ କରିଥିଲେ। କାହାଠାରୁ ୩୦ ହଜାର, କାହାଠୁ ୫୦ ହଜାର ତ ଆଉ କାହାଠାରୁ ୬୦ ହଜାର ଟଙ୍କା ନେଇଥିଲେ। ଏପରି ଭାବେ ସେମାନେ ୮ ଲକ୍ଷ ୬୦ ହଜାରରୁ ଅଧିକ ଟଙ୍କା ସେମାନେ ଆଦାୟ କରିଥିଲେ। କିନ୍ତୁ କାହାକୁ ଚାକିରି ମିଳି ନଥିଲା। ଫଳରେ ଉକ୍ତ ଯୁବକମାନେ ପୁଲିସ ନିକଟରେ ଅଭିଯୋଗ କରିଥିଲେ।

ବେଣୁଧର ଯେଉଁ ରେଷ୍ଟୁରାଣ୍ଟକୁ ଲିଜ୍‌ରେ ନେଇଛନ୍ତି, ସେଠାରେ ବିଭିନ୍ନ ପ୍ରକାର ଅନୈତିକ କାମ ଚାଲେ ବୋଲି ଅଭିଯୋଗ ହୋଇଛି। ତେବେ ଏସ୍‌ଡିପିଓ କହିଛନ୍ତି ଯେ ଏଭଳି କିଛି ଅଭିଯୋଗ ଆସିଲେ, ତା’ର ବି ତଦନ୍ତ କରାଯିବ।

ଅନ୍ୟପକ୍ଷରେ ବେଣୁଧର ଜଗତ କହିଛନ୍ତି ଯେ ତାଙ୍କ ବିରୋଧରେ ମିଥ୍ୟା ଅଭିଯୋଗ କରାଯାଇଛି। କିଛି ରାଜନେତା, ଗଣମାଧ୍ୟମ ପ୍ରତିନିଧି ଓ ବ୍ୟବସାୟୀ ତାଙ୍କୁ ଫସେଇ ଦେଇଛନ୍ତି। ତାଙ୍କୁ କେହି ଟଙ୍କା ଦେଇ ନାହାନ୍ତି। ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ କାହା ପାଖରୁ ପଇସା ଆସିନାହିଁ କି ତାଙ୍କୁ କେହି ନଗଦ ଅର୍ଥ ମଧ୍ୟ ଦେଇ ନାହାନ୍ତି।

ad-week
Leave A Reply

Your email address will not be published.