ଗାଲା ଡିନରରେ ଶାଢି ଓ ଟିକିଲି ପିନ୍ଧି ପହଞ୍ଚିଥିଲେ ଜାପାନର ପ୍ରଥମ ମହିଳା…

add-all

saree

ରାଜଧାନୀ ଦିଲ୍ଲୀରେ ଆୟୋଜିତ ଜି-୨୦ ସମ୍ମିଳନୀର ଗାଲା ଡିନରରେ ବିଦେଶୀ ଅତିଥିମାନେ ଭାରତୀୟ ଷ୍ଟାଇଲ୍‌ରେ ନଜର ଆସିଥିଲେ। ଅଧିକାଂଶ ବିଦେଶୀ ଅତିଥି ପାରମ୍ପରିକ ଭାରତୀୟ ପୋଷାକ ପିନ୍ଧି ଗାଲା ଡିନରରେ ସାମିଲ ହୋଇଥିଲେ। ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କ ପତ୍ନୀ ୟୁକୋ କିଶିଦା ଯେତେବେଳେ ଡିନର ପାର୍ଟିରେ ପହଞ୍ଚିଥିଲେ, ସେତେବେଳେ ସମସ୍ତଙ୍କ ନଜର ତାଙ୍କ ଉପରେ ପଡ଼ିଥିଲା।

ୟୁକୋ କିଶିଦା ଏକ ସୁନ୍ଦର ଭାରତୀୟ ଶାଢି ପରିଧାନ କରିଥିଲେ। ଏହା ସହିତ ସେ କନ୍‌ଟ୍ରାଷ୍ଟିଙ୍ଗ୍‌ ମ୍ୟାଜେଣ୍ଟା ବ୍ଲାଉଜ୍‌ ପିନ୍ଧିଥିଲେ ଏବଂ ମଥାରେ ଟିକିଲି ଓ କ୍ଲଚ୍‌ ମଧ୍ୟ ଲଗାଇଥିଲେ। ସେହିପରି ଅନ୍ତର୍ଜାତୀୟ ମୁଦ୍ରା କୋଷ (ଆଇଏମ୍‌ଏଫ୍‌)ର ପ୍ରବନ୍ଧ ନିର୍ଦ୍ଦେଶକ କ୍ରିଷ୍ଟାଲିନା ଜର୍ଜିଭା ବି ଭାରତୀୟ ସୁଟ୍‌ରେ ନଜର ଆସିଥିଲେ।

ପ୍ରକୃତରେ, ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଦେଶୀ ଅତିଥିମାନଙ୍କ ପାଇଁ ଗ୍ରାଣ୍ଡ୍‌ ଡିନର ପାର୍ଟିର ଆୟୋଜନ କରିଥିଲେ। ଏଥିରେ ଜାପାନର ପ୍ରଥମ ମହିଳା ଗୋଲ୍ଡେନ କାମ ହୋଇଥିବା ସବୁଜ ଓ ହଳଦିଆ ରଙ୍ଗର ସିଲ୍କ ଶାଢି ପିନ୍ଧି ପହଞ୍ଚିଥିଲେ। ଆଇଏମ୍‌ଏଫ୍‌ର ଜର୍ଜିଭା ବେଜ୍‌ ରଙ୍ଗର ଓଢ଼ଣୀ ସହିତ ଏକ ସୁନ୍ଦର ବାଇଗଣୀ ରଙ୍ଗର ସୁଟ୍‌ ପିନ୍ଧିଥିଲେ।

କହି ରଖୁଛୁ, ଜି-୨୦ ଶିଖର ସମ୍ମିଳନୀର ପ୍ରଥମ ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାରତ ମଣ୍ଡପମ୍‌ରେ ଗାଲା ଡିନରର ଆୟୋଜନ କରିଥିଲେ। ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରୁଷି ସୁନକ ଓ ତାଙ୍କ ପତ୍ନୀ ଅକ୍ଷତା ମୂର୍ତ୍ତିଙ୍କ ସହ ଅନେକ ଦେଶର ରାଷ୍ଟ୍ରାଧ୍ୟକ୍ଷ ମଧ୍ୟ ଡିନରରେ ସାମିଲ ହୋଇଥିଲେ।

ad-week
Leave A Reply

Your email address will not be published.