ବିରୋଧୀଙ୍କୁ ଫାଇଭ ଟି କାମର ହିସାବ ଦେଲା ବିଜେଡି..!

add-all

sankha

ଭୁବନେଶ୍ୱର: ଫାଇଭ ଟି ସଚିବଙ୍କୁ ନେଇ ବିରୋଧୀ, ସୌମ୍ୟ ଓ ବିଜେଡି ମଧ୍ୟରେ ଲଢେ଼ଇ ତୀଵ୍ର ହେବାରେ ଲାଗିଛି। ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଲଗାତର ଫାଇଭ ଟି ଉପରେ ଶାଣିତ ଆକ୍ରମଣ ସହ ବିରୋଧୀ ନେତାମାନେ ତାଙ୍କ ସାଥ ଦେବା ରାଜନୈତିକ ସ୍ଥିତିକୁ ଜଟିଳ କରିଛି।

ଏଭଳି ସ୍ଥିତିରେ ବିଜେଡି କିନ୍ତୁ ଫାଇଭ ଟି ବ୍ୟବସ୍ଥାରେ କିଭଳି ଓଡ଼ିଶାର ଉନ୍ନତି ହୋଇଛି ଓ ସଚିବଙ୍କ ଗସ୍ତ ଦ୍ୱାରା କିଭଳି ଲୋକଙ୍କ ସମସ୍ୟାର ତ୍ବରିତ ସମାଧାନ ହେଉଛି ତାର ଚିତ୍ର ଦେଖାଇଛି। ଏ ନେଇ ବିଜେଡି ପକ୍ଷରୁ ସାମାଜିକ ଗଣମାଧ୍ୟମରେ ବ୍ୟାପକ ପ୍ରଚାର ପ୍ରସାର ମଧ୍ୟ କରାଯାଉଛି।

ସାମାଜିକ ଗଣମାଧ୍ୟମରେ ସ୍ୱତନ୍ତ୍ର ପୋଷ୍ଟର ମାଧ୍ୟମରେ ତଥ୍ୟ ଆଧାରରେ ବିରୋଧୀଙ୍କୁ ଜବାବ ଦିଆଯାଇଛି । ପୋଷ୍ଟରରେ ନବୀନଙ୍କ ଉପରେ ଆସ୍ଥା ଫାଇଭ ଟି ବ୍ୟବସ୍ଥା, ଲୁଚାଛପା ନାହିଁ ,ପୁରା ସ୍ପଷ୍ଟ ବୋଲି ଲେଖାଯାଇଛି। ଏପରିକି ପୋଷ୍ଟରରେ ଫାଇଭ ଟି ସଚିବଙ୍କ ଗସ୍ତ ବେଳେ କେତେ ଅଭିଯୋଗ ଆସିଛି, କେତେ ସମାଧାନ ହୋଇଛି ଓ କେତେ ବାକି ଅଛି ତାର ସଂଖ୍ୟା ମଧ୍ୟ ଦିଆଯାଇଛି।

ସଚିବଙ୍କ ଗସ୍ତ ବେଳେ ରାଜ୍ୟର ୩୦ ଟି ଜିଲ୍ଲାରୁ ୫୬ ହଜାର ୪୨୪ ଟି ଅଭିଯୋଗ ମିଳିଥିବା ବେଳେ ସେଥିମଧ୍ୟରୁ ୩୪ ହଜାର ୨୬୦ ଟି ଅଭିଯୋଗ ସମାଧାନ ହୋଇଛି। ସେହିପରି ୨୨ ହଜାର ୧୬୪ ଟି ଅଭିଯୋଗ ବାକି ଅଛି ବୋଲି ପୋଷ୍ଟରରେ ଦର୍ଶାଯାଇଛି।

ଏବେ ସୁଦ୍ଧା ୬୦.୭୨ ପ୍ରତିଶତ ଅଭିଯୋଗର ସମାଧାନ ହୋଇଥିବା କୁହାଯାଇଛି। ନବୀନ ଓଡ଼ିଶାରେ ଏମିତି ରକେଟ ବେଗରେ କାମ ହୁଏ ବୋଲି ଲେଖାଯାଇଛି। ଏହି ମାଧ୍ୟମରେ ବିଜେଡି ପକ୍ଷରୁ ଫାଇଭ ଟି ବ୍ୟବସ୍ଥାକୁ ଟାର୍ଗେଟ କରୁଥିବା ବିରୋଧୀଙ୍କୁ କଡା ଜବାଵ ଦିଆଯାଇଛି।

ସିଏମଓ ଗାଁ ଗାଁ ରେ ପହଞ୍ଚିଥିଲା, ଫାଇଭ ଟି ପ୍ରକାରଣରେ କାମ କେମିତି ହୁଏ ବିରୋଧୀ ଟିକେ ଆଖି ପୁରେଇ ଦେଖନ୍ତୁ ବୋଲି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିବା ବିଜେଡି ନେତାମାନେ ଲେଖିଥିବା ଦେଖିବାକୁ ମିଳିଛି।

ଲୋକଙ୍କ ସମସ୍ୟା ସମାଧାନ ପାଇଁ ପ୍ରଶାସନ ଲୋକଙ୍କ ପାଖରେ ପହଁଚୁଥିବା ବିଜେଡି ପକ୍ଷରୁ କୁହାଯାଉଛି। କିନ୍ତୁ କେତେ ଅଭିଯୋଗ ମିଳିଛି ଓ କେତେ ସମାଧାନ ହେଉଛି ଏହାର ସତ ମିଛ ନେଇ ଅଭିଯୋଗ ହେଉଥିବା ବେଳେ ବିଜେଡି ପକ୍ଷରୁ ଏହାର ଜବାଵ ଦିଆଯାଇଛି। ଏପରିକି ତଥ୍ୟ ଆଧାରରେ ଏହି ଜବାଵ ଦିଆଯାଇଛି।

ଫାଇଭ ଟି ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ଆଗ୍ରେସିଭ ଲଢେଇ ଆହୁରି ଅଧିକ ଦେଖିବାକୁ ମିଳିଥିବା ବେଳେ ବେଶ ଶାଣିତ ଓ ତଥ୍ୟ ଭିତ୍ତିରେ ଏହାକୁ ଶାସକ ଦଳ କାଉଣ୍ଟର କରିଛି। ତେଣୁ ଏ ସବୁ ଭିତରେ ସାଧାରଣ ଲୋକେ ଏହାକୁ କେମିତି ଗ୍ରହଣ କରୁଛନ୍ତି ତାକୁ ନେଇ ଆଲୋଚନା ଜୋର ଧରିଛି ।

ad-week
Leave A Reply

Your email address will not be published.