ପରବର୍ତ୍ତୀ ଜି-୨୦ ଶିଖର ସମ୍ମିଳନୀର ଅଧ୍ୟକ୍ଷତା କରିବ ବ୍ରାଜିଲ…

add-all

braz

ପରବର୍ତ୍ତୀ ଜି-୨୦ ସମ୍ମିଳନୀର ଅଧ୍ୟକ୍ଷତା କରିବ ବ୍ରାଜିଲ। ଚଳିତ ସଂସ୍କରଣର ଅନ୍ତିମ ଦିନରେ ବ୍ରାଜିଲକୁ ଜି-୨୦ର ଅଧ୍ୟକ୍ଷତା ଭାର ସମର୍ପଣ କଲା ଭାରତ। ଆସନ୍ତା ବର୍ଷକୁ ବ୍ରାଜିଲରେ ଅନୁଷ୍ଠିତ ହେବ ଜି-୨୦ ଶିଖର ସମ୍ମିଳନୀ। ବ୍ରାଜିଲ ରାଷ୍ଟ୍ରପତିଙ୍କୁ ଅଧ୍ୟକ୍ଷତା ଭାର ସମର୍ପଣ କରିଛନ୍ତି ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଆଜି ଜି-20 ଶିଖର ସମ୍ମିଳନୀକୁ ସାଙ୍ଗ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତା ଭାର ବ୍ରାଜିଲ ରାଷ୍ଟ୍ରପତି ଲୁଇଜ ଇନାସିଓ ଲୁଲା ଦା ସିଲଭାଙ୍କୁ ହସ୍ତାନ୍ତର କରିଛନ୍ତି। ସମ୍ମିଳନୀର ଶେଷ ବକ୍ତବ୍ୟରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଗତକାଲି ଆମେ ‘ଗୋଟିଏ ପୃଥିବୀ, ଗୋଟିଏ ପରିବାର’ ଅଧିବେଶନରେ ବ୍ୟାପକ ଆଲୋଚନା କରିଥିଲୁ। ଆଜି ଜି-20 ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତର ଦୃଷ୍ଟିକୋଣକୁ ନେଇ ଆଶାବାଦୀ ଉଦ୍ୟମ ପାଇଁ ଏକ ପ୍ଲାଟଫର୍ମ ହୋଇପାରିଛି। ଏଥିପାଇଁ ମୁଁ ଖୁବ୍ ଆନନ୍ଦିତ।

ଲୁଲା ଦା ସିଲଭା, ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚଳିତ ସଂସ୍କରଣ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ଏଥିସହ ସେ ଅଧ୍ୟକ୍ଷତାକୁ ଗ୍ରହଣ କରି କହିଛନ୍ତି, ସାମାଜିକ ସମାବେଶ, କ୍ଷୁଧା ଦୂରିକରଣ, ଶକ୍ତି ପରିବର୍ତ୍ତନ ଏବଂ ନିରନ୍ତର ବିକାଶ ଜି-20 ଶିଖର ସମ୍ମିଳନୀର ପ୍ରାଥମିକତା। ରାଜନୈତିକ ଶକ୍ତି ଫେରି ପାଇବା ପାଇଁ ଜାତିସଂଘ ସୁରକ୍ଷା ପରିଷଦ ସ୍ଥାୟୀ, ଅଣ-ସ୍ଥାୟୀ ସଦସ୍ୟ ଭାବରେ ନୂତନ ବିକାଶଶୀଳ ଦେଶର ଆବଶ୍ୟକ ଲୋଡୁଛି। ବିଶ୍ୱ ବ୍ୟାଙ୍କ ଏବଂ ଇଣ୍ଟରନ୍ୟାସନାଲ୍ ମନିଟାରୀ ଫଣ୍ଡରେ ଉଦୀୟମାନ ଦେଶଗୁଡିକ ପାଇଁ ଆମେ ଅଧିକ ପ୍ରତିନିଧିତ୍ୱ ଚାହୁଁଛୁ ବୋଲି ଲୁଲା ଦା ସିଲଭା କହିଛନ୍ତି।

ଚଳିତ ବର୍ଷ ଜି-20 ଶିଖର ସମ୍ମିଳନୀର ପ୍ରଥମ କରି ଭାରତ ଅଧ୍ୟକ୍ଷତା କରିଥିଲା। ଏହି କାର୍ଯ୍ୟକ୍ରମ ଦିଲ୍ଲୀରେ ସେପ୍ଟେମ୍ବର 9 ଓ 10 ଦୁଇ ଦିନ ଧରି ଆୟୋଜିତ ହୋଇଥିଲା। ଏଥିରେ ବିଶ୍ୱର ବହୁ ଶକ୍ତିଶାଳୀ ଦେଶର ରାଷ୍ଟ୍ରମୁଖ୍ୟ ଯୋଗଦାନ କରିଥିଲେ।

ad-week
Leave A Reply

Your email address will not be published.