କଟକରେ ଦିନ ଦ୍ୱିପ୍ରହରରେ ମହିଳାଙ୍କୁ ଛୁରା ମାଡ଼…

add-all

chhura

କଟକ: କଟକରେ ଚାଞ୍ଚଲ୍ୟ। ଦିନ ଦ୍ୱିପ୍ରହରରେ ବିବାହିତା ମହିଳାଙ୍କୁ ଛୁରା ମାଡ଼। ମହିଳାଙ୍କ ନାଁ ସୁଚିତ୍ରା ଖଟୁଆ। ତେଲେଙ୍ଗା ବଜାର ଅଞ୍ଚଳରେ ମହିଳାଙ୍କ ଘର । ଦୁର୍ବୃତ୍ତ ଜଣକ ମୁଁହ ରେ ମାସ୍କ ପିନ୍ଧି ଥିବାରୁ ମହିଳା ଜଣକ ଦୁର୍ବୃତ୍ତଙ୍କୁ ଚିହ୍ନି ପାରି ନ ଥିଲେ ବୋଲି ମହିଳାଙ୍କ ଭାଇ କହିଛନ୍ତି। ଛୁରା ମାଡ଼ କରିବା ପରେ ଦୁର୍ବୃତ୍ତ ଫେରାର ହୋଇଯାଇଛି।

ଦୋଳମୁଣ୍ଡାଇ ଅଞ୍ଚଳର ଘଟଣା। ଏକ ପାର୍ଲରରେ  ସାତ ବର୍ଷ ହେବ ପାର୍ଲରରେ କାମ କରୁଥିଲେ ମହିଳା। ମହିଳା ଜଣଙ୍କୁ ଆହତ ଅବସ୍ଥାରେ ଏସସିବିରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପୁରିଘାଟ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଓ ଆଖ ପାଖ ଅଞ୍ଚଳର ସିସି ଟିଭି ଯାଞ୍ଚ କରୁଛି ।

ad-week
Leave A Reply

Your email address will not be published.