ଚୀନ ମୁକାବିଲା ପାଇଁ ଲଦାଖରେ ଭାରତ ନିର୍ମାଣ କରିବ ବିଶ୍ୱର ସର୍ବୋଚ୍ଚ ସାମରିକ ଏୟାରଫିଲ୍ଡ…

add-all

air

ନୂଆଦିଲ୍ଲୀ: ଜି-୨୦ ଶିଖର ସମ୍ମିଳନୀ ଶେଷ ହେବାର କିଛି ମିନିଟ୍ ପରେ ଚୀନକୁ ଏକ ବଡ଼ ବାର୍ତ୍ତା ଦେଇଛି ଭାରତ । ଲଦାଖର ନୟୋମାଠାରେ ଭାରତ ନିର୍ମାଣ କରିବ ବିଶ୍ୱର ସର୍ବୋଚ୍ଚ ସାମରିକ ଏୟାରଫିଲ୍ଡ । ସେପ୍ଟେମ୍ବର ୧୨, ୨୦୨୩ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଜମ୍ମୁର ଦେବକ ବ୍ରିଜ୍ ରୁ ଏହି ପ୍ରକଳ୍ପର ଶିଳାନ୍ୟାସ କରିବେ।

ଏଲ୍ଏସିରେ ଚୀନ୍ ସହ ଚାଲିଥିବା ଉତ୍ତେଜନା ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରଣାଳୟର ଏହି ନିଷ୍ପତ୍ତିକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ପୂର୍ବ ଲଦାଖର ଗୁରୁତ୍ୱପୂର୍ଣ୍ଣ ନୟୋମା ଅଞ୍ଚଳରେ ସୀମା ସଡ଼କ ସଂଗଠନ (ବିଆରଓ) ଦ୍ୱାରା ଏକ ନୂତନ ଏୟାରଫିଲ୍ଡ ନିର୍ମାଣ ପାଇଁ ମୋଟ ୨୧୮ କୋଟି ଟଙ୍କା ଖର୍ଚ୍ଚ ହେବ। ସୀମାରେ ଚୀନକୁ କଡ଼ା ଟକ୍କର ଦେବା ପାଇଁ ଏହି ଏୟାରଫିଲ୍ଡ ନିର୍ମାଣ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିବେଚନା କରାଯାଉଛି।

ପୂର୍ବ ଲଦାଖରେ ଥିବା ନ୍ୟୁମା ଆଡଭାନ୍ସଡ୍ ଲ୍ୟାଣ୍ଡିଂ ଗ୍ରାଉଣ୍ଡ ତିନି ବର୍ଷ ଧରି ବ୍ୟବହୃତ ହେଉଛି। ଚୀନ  ସୀମାରେ ଚାଲିଥିବା ଉତ୍ତେଜନା ମଧ୍ୟରେ ସୈନ୍ୟ ଏବଂ ସାମଗ୍ରୀ ପରିବହନ ପାଇଁ ଏହାକୁ ବ୍ୟବହାର କରାଯାଇଛି। ୨୦୨୦ରେ ଗଲୱାନରେ ଭାରତ ଓ ଚୀନ୍ ସେନା ମଧ୍ୟରେ ସଂଘର୍ଷ ପରେ ଭାରତ ଓ ଚୀନ୍ ମଧ୍ୟରେ ଉତ୍ତେଜନା ଜାରି ରହିଛି। ଏଣୁ ଭବିଷ୍ୟତର ଆବଶ୍ୟକତା ଦୃଷ୍ଟିରୁ ଏହି ନୂଆ ସାମରିକ ପ୍ରକଳ୍ପବେଶ ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଛି ।

ad-week
Leave A Reply

Your email address will not be published.