ରେଳବାଇ କ୍ରିୟାନୁଷ୍ଠାନ କମିଟି ବୈଠକ…


ଫୁଲବାଣୀ – ସୋମବାର ସନ୍ଧ୍ୟାରେ ରେଳ ବାଇ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ଜରୁରୀ ବୈଠକ ସ୍ଥାନୀୟ ବନାନୀ କଳା ସଙ୍ଗମ କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇଥିଲା କମିଟୀ ର ଅଧ୍ୟକ୍ଷ ତଥା ବରିଷ୍ଠ ସମାଜସେବୀ କମଳା କାନ୍ତ ପାଣ୍ଡେଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ବୈଠକ ରେ ବରିଷ୍ଠ ସାମ୍ବାଦିକ ଡଃ ଅରୁପ ଜେନା, ଆଇନଜିବି ବିଜୟ ପଟ୍ଟନାୟକ , ଓକିଲ ସଂଘ ସଭାପତି ଭଗବାନ ମହାନ୍ତି, ପ୍ରଣବ ମଣ୍ଡଳ, ପ୍ରମୂଖ ଫୁଲବାଣୀକୁ ରେଳ ସଂଯୋଗରୁ ବାଦଦିଆଯାଇ ଥିବା ପ୍ରତିବାଦ କରି ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ରେଳ ମନ୍ତ୍ରୀ, ରେଳ ବିଭାଗ ଉଚ୍ଚ କତୃପକ୍ଷ, ରାଜ୍ୟ ସରକାର, କେନ୍ଦ୍ର ସରକାର,ଓ ରିଡେଲ କତୃପକ୍ଷଙ୍କୁ ଗତ ଏକ ସପ୍ତାହରୁ ଅଧିକ ଦିନ ହେଲା ଏ ନେଇ ପ୍ରତିକ୍ରିୟା ପ୍ରକାଶ କରି ପତ୍ର ଦିଆଯାଇଥିଲେ ମଧ୍ଯ କୌଣସି ଉତ୍ତର ନ ମିଳିବା ରୁ ଉଦବେଗ ପ୍ରକାଶ କରିବା ସହ ପୁଣି ଥରେ ଜିଲ୍ଲାପାଳ କନ୍ଧମାଳ ଜରିଆରେ ରିମାଇଣ୍ଡର ଦେବା ପାଇଁ ମତ ପ୍ରକାଶ ପାଇଥିଲା ସେହିପରି ଆନ୍ଦୋଳନକୁ ବ୍ୟାପକ କରିବା ପାଇଁ ସହର ରେ ଥିବା ବିଭିନ୍ନ୍ ସଂଗଠନର କର୍ମକର୍ତ୍ତା, ବୁଦ୍ଧିଜିବୀ, ସାମାଜ ସେବୀ,ସାମାଜିକ ସଂଗଠନ, ଗଣ ମାଧ୍ୟମ ପ୍ରତିନିଧି ମାନଙ୍କୁ ସାମିଲ କରି ବୈଠକ କରିବା ପାଇଁ ନିଷ୍ପତ୍ତି ହୋଇଥିଲା l
ଆବଶ୍ୟକ ପଡିଲେ ଆଗାମୀ ଦିନରେ ରାଲି, ବିକ୍ଷୋଭ, ଗଣ ଧାରଣା, ଓ ଜିଲ୍ଲା ବନ୍ଦ ଭଳି ପଦକ୍ଷେପ ନିଆ ଯାଇପାରେ ବୋଲି କହିଥିଲେ lଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ସୁନୀଲ ପଟ୍ଟନାୟକ , ଆଇନଜିବି ବିଜୟ ପଟ୍ଟନାୟକ ,ବରିଷ୍ଠ ସାମ୍ବାଦିକ ସନ୍ତୋଷ ଦିଗାଲ, କୁଇ ସାମାଜ ସମିତି ସମ୍ପାଦକ ଅବନୀ କହଁର,ପୂର୍ବତନ ଖଜୁରୀପଡ଼ା ବ୍ଲକ ଅଧ୍ୟକ୍ଷ ବିରେନ୍ଦ୍ର କହଁର , ରାଜେନ୍ଦ୍ର କୁମାର ପାଢ଼ୀ, ପ୍ର ମୋଦ ସାହୁ, ବଟ କୃଷ୍ଣ ପ୍ରଧାନ ଅଶୋକ ପରିଡା ପ୍ରମୂଖ ଉପସ୍ଥିତ ଥିଲେ l

ad-week
Leave A Reply

Your email address will not be published.