
ମାଲକାନଗିରି : ଅଯୋଧ୍ୟାରୁ ଶ୍ରୀଲଙ୍କା ଯାତ୍ରା । ପ୍ରଭୁ ଶ୍ରୀ ରାମଚନ୍ଦ୍ର ଙ୍କ ବନବାସ ଯିବା ପଥକୁ ଅନୁସରଣ କରି କରୁଛନ୍ତି ପାଦଚଲା ଯାତ୍ରା । ଅଯୋଧ୍ୟାର ବାଲିଆରୁ ସୌମେନ୍ଦ୍ର ସିଂ ରାଠୋଡ କୋଣ ଅନୁକୋଣରେ ଶ୍ରୀରାମ ବନବାସ କାଟିଥିବା ସ୍ଥାନକୁ ପରିଦର୍ଶନ କରୁଛନ୍ତି । ରାମଙ୍କ ପାଦ ପଡ଼ିଥିବା ସ୍ଥାନ ସୁରକ୍ଷିତ ରହିଛି ନା ନାହିଁ ତାହାର ସଠିକ୍ ତଥ୍ୟ ସନାତନ ଧର୍ମାବଲମ୍ବୀଙ୍କ ସମ୍ମୁଖକୁ ଆଣିବାକୁ ସ୍ବପ୍ନ ଦେଖୁଛନ୍ତି ସୌମେନ୍ଦ୍ର । ଗତ ରାମ ନବମି ର ପର ଦିନଠାରୁ ସେ ଉତର ପ୍ରଦେଶ ର ଶ୍ରୀରାମ ଜନ୍ମ ଭୁମିରୁ ବାହାରି ବିଭିନ୍ନ ରାଜ୍ୟ ଦେଇ ଓଡିଶାରେ ପହଞ୍ଚି ଛନ୍ତି । ଗତ ୯ ତାରିଖରେ କୋରାପୁଟ୍ ଜିଲ୍ଲାର ଗୁପ୍ତେଶ୍ଵର ପିଠରେ ଶ୍ରୀରାମଚନ୍ଦ୍ରଙ୍କ ପାଦ ପଡିଥିବା ସ୍ଥାନ ବୁଲି ଦେଖିଥିଥିଲେ । ପରେ ସେଠାରୁ ମାଲକାନଗିରି ଜିଲ୍ଲା ଅଭିମୁଖେ ଆସି ପ୍ରଥମେ ଖଇରପୁଟ ଠାରେ ପହଞ୍ଚିଥିଲେ ସଠାରେ ସନାତନ ଧର୍ମର ଲୋକମାନେ ଶ୍ବାଗତ କରିବା ସହ ବଣ୍ଡାଘାଟିର , ମୁଦୁଲିପଡା ଠାରେଥିବା ଶୀତାକୁଣ୍ଡ ଓ ମାଁ ଶୀତାଙ୍କ ବୃକ୍ଷ ଉପରେ ରଖାଯାଇଥିବା ଖଣ୍ଡା ସ୍ଥାନ ବୁଲି ଦେଖିଥିଲେ । ସେଠାରୁ ଖଇରପୁଟ ନିକଟସ୍ଥ ମାଁ ଶୀତା ସ୍ନାନ କରିଥିବା ସ୍ଥାନ ବୁଲି ଦେଖିଥିଲେ । ଯେଉଁ ଠାରେ ମାଁ ଶୀତା ବଣ୍ଡା ରମଣି ମାନଙ୍କୁ ଅଭିଶାପ ଦେଇଥିଲେ । ସେଠାରେ ସେ ରାତ୍ର ଯାପନ କଲାପରେ ଗତକାଲି ମାଥିଲି ଦେଇ ମାଲକାନଗିରି ଅଭିମୁଖେ ପଦ ଯାତ୍ରା ଆରମ୍ଭ କରିଥିଲେ । ମାଥିଲି ଠାରେ ହିନ୍ଦୁ ସଂଗଠନ ପକ୍ଷରୁ ସୌମେନ୍ଦ୍ର ଙ୍କୁ ସମ୍ବର୍ଦ୍ଧିତ କରାଯିବାପରେ ସେ କାଲି ସଂଧ୍ଯରେ ମାଲକାନଗିରି ପହଞ୍ଚି ଥିଲେ । ସତ୍ ସଙ୍ଗ ମନ୍ଦିରରେ ରାତ୍ର ଯାପନ ପରେ ଆଜି ସଖାଳୁ ଶ୍ରୀରାମ ପୁଜା କରିଥିବା ମଲିକେଶ୍ବର ମହାଦେବଙ୍କୁ ଦର୍ଶନ କରି ଫେରିଥିଲେ । ଏହି ସମୟରେ ମାଲକାନଗିରି ର ବିଭିନ୍ନ ସଙ୍ଗଠନ ପକ୍ଷରୁ ସୌମେନ୍ଦ୍ର ଙ୍କୁ ଉପଢୌକନ ଦେଇ ଭବ୍ଯ ସମ୍ବର୍ଦ୍ଧନା ଜଣାଇ ତାଙ୍କର ଏହିଭଳି ଏକ ପଦକ୍ଷେପ କୁ ସ୍ବାଗତ ଯଣାଇବା ସହ ପ୍ରସସାଂ କରିଥିଲେ । ସେ ଏବେ ଯାଏ ୪ ହଜାର କିଲୋମିଟର ଚାଲି ସାରି ଥିବା କହିଛନ୍ତି । ଆଗକୁ ଆହୁରି ୧୧ ହଜାର କିଲୋମିଟର ଯିବାକୁ ଥିବା ସେ କହିଛନ୍ତି । ୪ ହଜାର କିଲୋମିଟର ଅତିକ୍ରମ କରିବାକୁ ତାଙ୍କୁ ୬ ମାସ ଲାଗିଥିବା ବେଳେ ଆଉ ୧୧ ହଜାର କିଲୋମିଟର ଦେଢ ବର୍ଷ ମଧ୍ଯରେ ପୁରଣ କରିବେ କହିଛନ୍ତି ସୌମେନ୍ଦ୍ର। ଅପ ଧ୍ବଂସ ପାଇଯାଉଥିବା ସନାତନ ଧର୍ମର ରକ୍ଷା କରିବା ସହ ରାଜା ଶ୍ରୀରାମଙ୍କ ବିସୟରେ ଲୋକଙ୍କ ପାଖରେ ପହଞ୍ଚାଇବା ସୌମେନ୍ଦ୍ର ମୁଖ୍ଯ ଉଦେସ୍ୟ ଓ ସାସ୍ତ୍ରକ୍ ମତରେତ ପ୍ରଭୁ ଶ୍ରୀ ରାମଚନ୍ଦ୍ର ବନବାସ ସମୟରେ ଯେଉଁ ସ୍ଥାନ ଗୁଡିକରେ ରହିଥିଲେ ସେଠାକର ପରିସ୍ତିତି ଓ ସେହି ସ୍ଥାନ ଗୁଡିକର ଉନ୍ନତି କିଭଳି କରାଯିବ ଲୋକଙ୍କ ନିକଟରେ ପହଞ୍ଚାଇବା ଉଦେସ୍ବରେ ଏହି ପଦଯାତ୍ରା କରିଥିବା ସେ କହିଛନ୍ତି ।