ଲାଲୁ ଯାଦବଙ୍କ ବିରୋଧରେ ମାମଲା ଚଳାଇବାକୁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସିବିଆଇକୁ ଅନୁମତି

add-all

ନୂଆଦିଲ୍ଲୀ : ଚାକିରି ପାଇଁ ଜମି ଦୁର୍ନୀତି (ଲ୍ୟାଣ୍ଡ୍‌ ଫର୍‌ ଜବ୍‌ ସ୍କାମ୍‌) ମାମଲାରେ ଲାଲୁ ଯାଦବଙ୍କ ବିରୋଧରେ କେସ୍‌ ଚଳାଇବାକୁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସିବିଆଇକୁ ଅନୁମତି ମିଳିଛି। ସିବିଆଇ ରାଉସ୍ ଆଭେନ୍ୟୁ କୋର୍ଟଙ୍କୁ ଏହି ସୂଚନା ଦେଇଛି। ତେବେ ଏହି ମାମଲାରେ ଅଭିଯୁକ୍ତ ତିନି ଅଧିକାରୀଙ୍କ ବିରୋଧରେ ମାମଲା ଚଳାଇବା ପାଇଁ ସରକାରଙ୍କଠାରୁ ଅନୁମତି ମିଳିନାହିଁ।

ଜୁଲାଇ ୩ରେ ସିବିଆଇ ଏହି ମାମଲାରେ ସପ୍ଲିମେଣ୍ଟାରୀ ଚାର୍ଜସିଟ ଦାଖଲ କରିଥିଲା। ଏଥିରେ ପ୍ରଥମ ଥର ପାଇଁ ତେଜସ୍ୱୀ ଯାଦବଙ୍କ ନାମ ଆସିଥିଲା। ସିବିଆଇ ଲାଲୁ ଯାଦବ, ରାବଡି ଦେବୀଙ୍କ ସମେତ ୧୬ ଜଣଙ୍କୁ ଅଭିଯୁକ୍ତ କରିଛି।

ଚାକିରି ପାଇଁ ଜମି ଦୁର୍ନୀତିର ଏହି ମାମଲା ୧୪ ବର୍ଷ ପୁରୁଣା। ସେହି ସମୟରେ ଲାଲୁ ଯାଦବ ରେଳ ମନ୍ତ୍ରୀ ଥିଲେ। ଅଭିଯୋଗ ରହିଛି, ଲାଲୁ ରେଳ ମନ୍ତ୍ରୀ ଥିବାବେଳେ ରେଲେଓ୍ଵର ଅନେକ ପଦରେ ନିୟମ ଉଲ୍ଲଂଘନ କରି ଲୋକଙ୍କୁ ଚାକିରି ଦିଆଯାଇଥିଲା। ଏହା ବଦଳରେ ବହୁତ କମ୍‌ ଦାମ୍‌ରେ ମୂଲ୍ୟବାନ ଜମି ପାଟନା, ଦିଲ୍ଲୀ, ମୁମ୍ବାଇ ସମେତ ଅନ୍ୟାନ୍ୟ ସହରରେ ଲାଲୁ ପରିବାର ସଦସ୍ୟଙ୍କ ନାମରେ କରାଯାଇଥିଲା।

ସିବିଆଇ ଏହି ମାମଲାରେ ମେ’ ୧୮ରେ ଏକ ମାମଲା ରୁଜୁ କରିଥିଲା। ସିବିଆଇ ମୁତାବକ, ଲାଲୁ ଯାଦବଙ୍କ ପରିବାର ପାଟନାରେ ୧.୦୫ ଲକ୍ଷ ବର୍ଗଫୁଟ ଜମି ଦଖଲ କରି ରଖିଛନ୍ତି। ଏହି ଜମିଗୁଡିକର କାରବାର ନଗଦ ଆକାରରେ କରାଯାଇଥିଲା। ଅର୍ଥାତ୍ ଲାଲୁ ପରିବାର ନଗଦ ଅର୍ଥ ଦେଇ ଏହି ଜମି କିଣିଥିଲେ। ସିବିଆଇର କହିବା ହେଲା, ଏହି ଜମିଗୁଡିକୁ ଖୁବ୍ କମ୍ ମୂଲ୍ୟରେ ବିକ୍ରି କରି ଦିଆଯାଇଥିଲା।

ad-week
Leave A Reply

Your email address will not be published.