ଓଡ଼ିଶାରେ ପହଞ୍ଚିଲେ କେନ୍ଦ୍ର ନିର୍ବାଚନ ଆୟୋଗଙ୍କ ପ୍ରତିନିଧି ଦଳ, ନିର୍ବାଚନ ପ୍ରସ୍ତୁତି ନେଇ ହେବ ସମୀକ୍ଷା

add-all

ଭୁବନେଶ୍ବର: ଆଜି ଓଡ଼ିଶାରେ ପହଞ୍ଚିଲେ କେନ୍ଦ୍ର ନିର୍ବାଚନ ଆୟୋଗଙ୍କ ପ୍ରତିନିଧି ଦଳ ପହଞ୍ଚିଛନ୍ତି। ନିର୍ବାଚନ ପ୍ରସ୍ତୁତି ସମୀକ୍ଷା ପାଇଁ ଓଡ଼ିଶାରେ ପହଞ୍ଚିଲେ କେନ୍ଦ୍ର ନିର୍ବାଚନ ଆୟୋଗଙ୍କ ପ୍ରତିନିଧି ଦଳ ପହଞ୍ଚିଛନ୍ତି। ନିର୍ବାଚନ ପ୍ରସ୍ତୁତି ନେଇ ଆସନ୍ତାକାଲି କେନ୍ଦ୍ର ନିର୍ବାଚନ ଆୟୋଗ ପ୍ରତିନିଧି ଦଳ ସମୀକ୍ଷା କରିବ। ଆସନ୍ତାକାଲି ଖାରବେଳ ଭବନରେ ହେବ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରତିନିଧି ସହ ଜିଲାପାଳମାନେ ଯୋଗଦେବେ। ଭୋଟର ତାଲିକା ପ୍ରସ୍ତୁତି ଉପରେ ଆସନ୍ତାକାଲି ବୈଠକରେ ଆଲୋଚନା ହେବ। ଏଥିରେ ସଂଶୋଧନ ଭୋଟର ତାଲିକା, ଆଇନ ଶୃଙ୍ଖଳା, ସମ୍ବେଦନଶୀଳ ବୁଥ, ଇଭିଏମ ଏବଂ ଭିଭିପାଟ ଯାଞ୍ଚ ଆଦି ବିଷୟରେ ଆଲୋଚନା କରାଯିବ ବୋଲି ଜଣାପଡ଼ିଛି।

ଆସନ୍ତା ଅକ୍ଟୋବରରେ ଡ୍ରାଫ୍ଟ ଭୋଟର ଲିଷ୍ଟ ପ୍ରକାଶ ପାଇବ। ଜାନୁଆରୀ ୫, ୨୦୨୪ରେ ପ୍ରକାଶ ପାଇବ ରୂଡ଼ାନ୍ତ ଭୋଟର ତାଲିକା। ସବୁ ଜିଲାରେ ଇଭିଏମ ମେସିନ ପହଞ୍ଚି ସାରିଛି। ଭିଭିପାଟ ମାତ୍ର ୯ଟି ଜିଲାରେ ପହଞ୍ଚି ସାରିଛି। ଇଭିଏମ ଓ ଭିଭିପାଟ ପ୍ରଥମ ପର୍ଯ୍ୟାୟ ଯାଞ୍ଚ ଅକ୍ଟୋବର ୩ରୁ ୨୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଦ୍ବିତୀୟ ପର୍ଯ୍ୟାୟ ଯାଞ୍ଚ ନଭେମ୍ବର ୧ରୁ ୧୫ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ମିଳିଛି।

ad-week
Leave A Reply

Your email address will not be published.