ଭିଜିଲାନ୍ସ ଜାଲରେ ଆସିଣ୍ଟାଣ୍ଟ୍‌ ସେକ୍ସନ ଅଫିସର

add-all

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଆସିଣ୍ଟାଣ୍ଟ୍‌ ସେକ୍ସନ ଅଫିସର(ଏଏସଓ) ସୌମ୍ୟରଞ୍ଜନ ଦାଶ। ୫ହଜାର ଟଙ୍କା ଲାଞ୍ଚ ନେବା ବେଳେ ଜଳସମ୍ପଦ ବିଭାଗ ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟର ଏଏସଓ ସୌମ୍ୟରଞ୍ଜନ ଦାଶ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଗୃହ ଋଣ ଅନୁମୋଦନ କରାଇଦେବାକୁ ଜଣେ ବ୍ୟକ୍ତିଙ୍କଠାରୁ ସେ ୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏହି ସମୟରେ ପୂର୍ବ ଯୋଜନା ମୁତାବକ ଚଢାଉ କରିଥିଲା ଭିଜିଲାନ୍ସ। ଲାଞ୍ଚ ଟଙ୍କା ଜବତ କରିବା ସହ ଏଏସଓ ସୌମ୍ୟରଞ୍ଜନ ଦାଶଙ୍କୁ ଗିରଫ କରାଯାଇଛି।

ଅପରପକ୍ଷେ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୌମ୍ୟରଞ୍ଜନଙ୍କ ଦୁଇଟି ଠିକଣାରେ ଏକକାଳୀନ ଚଢାଉ କରାଯାଇଥିବା ସୂଚନା ମିଳିଛି।

ad-week
Leave A Reply

Your email address will not be published.