ବାଲିଗୁଡାରେ ବ୍ଲକ ସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡାବିତ ଚୟନ କାର୍ଯ୍ୟକ୍ରମ ଉଦଯାପିତ

add-all

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବିଜୁପଟ୍ଟନାୟକ ମିନି ଷ୍ଟାଡିୟମ ପରିସରରେ ବାଲିଗୁଡା ବ୍ଲକ ସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡାବିତ ଚୟନ କାର୍ଯ୍ୟକ୍ରମ ୧୧ ଓ ୧୨ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହେବା ପରେ ଉଦଯାପିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ୧୪ ରୁ ୧୭ ବର୍ଷ ବର୍ଗ ର ଛାତ୍ର ଛାତ୍ରୀ ମାନେ ଅଂଶଗ୍ରହଣ କରି ନିଜ ନିଜର ଖେଳ ପ୍ରଦର୍ଶନ କରିଥିଲେ। ଏଥିରେ ପ୍ରଥମ ଦିବସ ରେ ମୁଖ୍ୟ ଅତିଥି ଭାବେ ଏନଏସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ସଭାପତି ଭାବେ ସ୍ଥାନୀୟ ଏବିଇଓ ବଂଶୀଧର ସାହୁ, ଏବଂ ସମ୍ମାନିତ ଅତିଥି ଭାବେ ଉପଖଣ୍ଡ କ୍ରୀଡା ସଂସଦର ସମ୍ପାଦକ ତଥା ଆଦିବାସୀ ମହାବିଦ୍ୟାଳୟ ର ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ଅଧ୍ୟାପକ ଡଃ. ସୁଶାନ୍ତ କୁମାର ଦାସ ଉଦଘାଟନ ଉତ୍ସବ ରେ ଉପସ୍ଥିତ ରହି କ୍ରୀଡା ଶୁଭାରମ୍ଭ କରିଥିଲେ। ଦ୍ବିତୀୟ ଦିନ ତଥା ଉଦଯାପନୀ ଉତ୍ସବରେ ଅତିଥି ଭାବେ ସୁଦାମ କୁମାର ସ୍ବାଇଁ ଯୋଗ ଦେଇ ଥିଲେ । ଏହି ଦୁଇ ଦିନିଆ କ୍ରୀଡା ଚୟନ କାର୍ଯ୍ୟକ୍ରମରେ ବାଲିଗୁଡା ବ୍ଲକର ସମସ୍ତ ବିଦ୍ୟାଳୟରୁ ଆସିଥିବା ଛାତ୍ର ଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ଥିଲେ । ବାଲିଗୁଡା ଗୋଷ୍ଠୀ ଶିକ୍ଷାଧିକାରୀ ମହେଶ୍ବର ମାଝି ଏବଂ ବ୍ଲକ ସମୂହ କ୍ରୀଡା ସମ୍ପାଦକ ଗଙ୍ଗାଧର ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କ୍ରୀଡା ପ୍ରତିଯୋଗିତା ସୂଚାରୁ ରୂପେ ସମ୍ପାଦନ ହୋଇଥିଲା । ଶେଷରେ ଶ୍ରୀ ସ୍ୱାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି କ୍ରୀଡ଼ା ଉଦଯାପିତ କରାଯାଇଥିଲା ।

ad-week
Leave A Reply

Your email address will not be published.