ଆଇଆରଇଏଲ ଲିମିଟେଡ୍ ତରଫରୁ କର୍ମଶାଳା…

newyr25

ଛତ୍ରପୁର : ଆଇଆରଇଏଲ ଇଣ୍ଡିଆ ଲିମିଟେଡ୍ ପକ୍ଷରୁ କ୍ଷୁଦ୍ର, ମଧ୍ୟମ ଏବଂ ଲଘୁ ଉଦ୍ୟୋଗ ଗୁଡିକର ବିକାଶ ଲାଗି ଅନୁସୂଚିତ ଜାତି, ଜନଜାତି ଏବଂ ମହିଳା ଉଦ୍ୟୋଗୀ ମାନଙ୍କର ଦକ୍ଷତାର ବିକାଶର ପଦୋନ୍ନିତ ଏବଂ ଅଭିବୃଦ୍ଧି କରିବା ଲକ୍ଷ୍ୟ ନେଇ ଏକ କର୍ମଶାଳା ଆଇଆରଇଏଲ କମ୍ପାନୀ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ଜିଲ୍ଲା ଶିଳ୍ପ କେନ୍ଦ୍ର ର ଅଧ୍ୟକ୍ଷ ଲୋକନାଥ ଦଳ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କ୍ଷୁଦ୍ର, ମଧ୍ୟମ ଏବଂ ଲଘୁ ଉଦ୍ୟୋଗ ଗୁଡିକର ବିକାଶ ଲାଗି ଅନୁସୂଚିତ ଜାତି, ଜନଜାତି ଏବଂ ମହିଳାଙ୍କୁ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ସମସ୍ତ ସୁବିଧା, ସୁଯୋଗ ଏବଂ ଯୋଜନା ବିଷୟରେ ଅବଗତ କରାଇବା ସହ ଗଞ୍ଜାମ ଜିଲ୍ଲାରେ ଶିଳ୍ପର ବିକାଶକୁ ତ୍ୱରାନ୍ନିତ କରିବା ସହିତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ଅନୁସୂଚିତ ଜାତି, ଜନଜାତି ଏବଂ ମହିଳା ମାନଙ୍କୁ ଉତ୍ସାହିତ କରିଥିଲେ । ଏହା ସହିତ ମାଟିଖାଲ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ମିଳୁଥିବା ରିହାତି ଋଣ ଏବଂଆର୍ଥିକ ସହାୟତା ବିଷୟରେ ମଧ୍ୟ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମକୁ ଆଇଆରଇଏଲର ମାଇନିଙ୍ଗ ଏବଂ ମିନେରାଲ ର ମହା ପ୍ରବନ୍ଧକ ସି. ଭି. ଆର୍‌. ମୁର୍ତ୍ତି ଉଦଘାଟନ କରିଥିବା ବେଳେ କାର୍ଯ୍ୟକ୍ରମରେ ପ୍ରାୟ ୧୦୦ ଜଣ ଅନୁସୂଚିତ ଜାତି, ଜନଜାତି ଏବଂ ମହିଳା ମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ଆଜି ଠାରୁ ଆସନ୍ତା ୧ ମାସ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.