ନୂତନ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ସ୍ୱାଗତ କଲା ସୁନ୍ଦରଗଡ଼ ବିଜୁ ଜନତା ଦଳ

add-all

ସୁନ୍ଦରଗଡ଼– ୧୩/୦୯/୨୩ ଆଜି ସୁନ୍ଦରଗଡ଼ ବିଜେଡିର ବରିଷ୍ଠ ନେତା ତଥା ଜିଲ୍ଲା ବିଜୁ ଜନତା ଦଳ ର ଉପସଭାପତି ଜୟ ନାରାୟଣ ତ୍ରିପାଠୀଙ୍କ ନେତୃତ୍ୱରେ ବିଜେଡିର ଏକ ପ୍ରତିନିଧି ମଣ୍ଡଳୀ ସୁନ୍ଦରଗଡ଼ର ନୂତନ ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ବ ) ଭାବେ ଦାୟିତ୍ଵ ନେଇଥିବା ଅଭିମନ୍ୟୁ ମାଝୀଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିବା ସହିତ ଶୁଭକାମନା ଜଣେଇ ଥିଲେ ।ଏହି ସମୟରେ ଜିଲ୍ଲା ବିଜେଡି ଉପସଭାପତି ଜୟ ନାରାୟଣ ତ୍ରିପାଠୀ ଏଠାରେ ବିଭିନ୍ନ କମ୍ପାନୀ ଦ୍ୱାରା ଗଢ଼ିଉଠିଥିବା ଅନେକ ଖଣିଖାଦାନ ଓ ପ୍ରକଳ୍ପ ଦ୍ୱାରା ଜମି ହରେଇ ବିସ୍ଥାପିତ ହୋଇ ଥିବା ବିଭିନ୍ନ ଗ୍ରାମର ଜନସାଧାରଣଙ୍କ ଅସୁବିଧା ଏବଂ କମ୍ପାନୀମାନଙ୍କ ଦ୍ୱାରା ହେଉଥିବା ଅତ୍ୟାଚାରରେ ହଇରାଣ ହେଉଥିବା ବିଷୟରେ ଜଣେଇବା ସହିତ ବିଭିନ୍ନ ଗ୍ରାମରୁ ଆସୁଥିବା ଜନସାଧାରଣଙ୍କ ଅଭିଯୋଗ ଗୁଡିକୁ ଧାର୍ଯ୍ୟର ସହିତ ଶୁଣି ତାର ସମାଧାନ କରିବାକୁ ଏବଂ ଜମି ହରାଉଥିବା ଲୋକେ ତାଙ୍କ କ୍ଷତିପୂରଣ ଟଙ୍କା ପାଇବା ସମୟରେ ବିଭାଗୀୟ କର୍ମଚାରୀ କିମ୍ବା ଦଲାଲଙ୍କ ଦ୍ୱାରା ଯେପରି କୌଣସି ଲୋକ ହଇରାଣ ନ ହୁଅନ୍ତି ସେଥିପ୍ରତି କଡ଼ା ନଜର ରଖିବାକୁ ଅତିରିକ୍ତ ଜିଲ୍ଲାପାଳ ମହୋଦୟଙ୍କୁ ଅନୁରୋଧ କରିଥିଲେ । ଏହି ପ୍ରତିନିଧି ମଣ୍ଡଳୀରେ ପୂର୍ବତନ ନଗରପାଳ ତଥା ଜିଲ୍ଲା ବିଜେଡିର ଉପସଭାପତି ବେଣୁଧର ତାଣ୍ଡିଆ, ବିଜେଡିର ବରିଷ୍ଠ ଆଇନଜୀବୀ ପ୍ରହଲ୍ଲାଦ ଅଗ୍ରୱାଲ,ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ସୁରେନ୍ଦ୍ର ଭିତ୍ରିଆ, ଦୁଇ ନମ୍ବର ୱାର୍ଡ କାଉନସିଲର ଅନିଲ ମହାପାତ୍ର,ଏମଡି କଲିମ,ଆଲୋକ ବେହେରା,ଛାତ୍ର ବିଜେଡି ଟାଉନ ସଭାପତି ନରଦୀପ ସିଂ,ତ୍ରିଲୋଚନ କାକ, ପଙ୍କଜ ଶ୍ରେଷ୍ଠ ପ୍ରମୁଖ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.