ରାଜନଗର ବ୍ଲକ ମିଶନ ଶକ୍ତିର ଵିଭିନ୍ନ ପ୍ରକଳ୍ପ ବୁଲିଦେଖି ଖୁସି ବ୍ୟକ୍ତହେଲେ ରାଜ୍ୟ ଉପଦେଷ୍ଟା ଲୋପାମୁଦ୍ରା…

add-all

ରାଜନଗର-13.9.023 କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ମିଶନ ଶକ୍ତି ଦ୍ଵାରା ହୋଇଥିବା ଵିଭିନ୍ନ ପ୍ରକଳ୍ପରେ ସ୍ବାବଲମ୍ବି ମହିଳାମାନଙ୍କ ପ୍ରକଳ୍ପ ଗୁଡିକୁ ଗତକାଲି ରାଜ୍ୟ ମିଶନ ଶକ୍ତିର ଉପଦେଷ୍ଟା ଲୋପାମୁଦ୍ରା ମହାନ୍ତି ଦେଖିବା ପରେ ଖୁସି ବ୍ୟକ୍ତ ହୋଇଥିବା ଜଣାପଡିଛି।ସୂଚନା ଯୋଗ୍ୟ ଏହିବ୍ଲକର ମିଶନ ଶକ୍ତି ସଂଯୋଜିକା ସାଗରିକା ମଲ୍ଲିକ ଓ ଜୀବିକା ମିଶନ ସଂଯୋଜକ ରଶ୍ମୀରଞ୍ଜନ ଦାଶଙ୍କ ମିଳିତ ନେତୃତ୍ବରେ ମିଶନ ଶକ୍ତିର ରାଜ୍ୟ ଉପଦେଷ୍ଟା ଲୋପାମୁଦ୍ରା ଵକ୍ସିଆତ୍ରଙ୍କୁ ବ୍ଲକର ମିଶନ ଶକ୍ତି କରିଥିବା ବିଭିନ୍ନ ପ୍ରକଳ୍ପ ଵୁଲେଇ ଦେଖାଇଥିଲେ। ଏହି ପ୍ରକଳ୍ପ ମଧ୍ୟରେ ରାଜନଗର ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଚାଲୁଥିବା କ୍ୟାଣ୍ଟିନ୍ ରେ ଖାଦ୍ୟର ମାନ ଦେଖିବା ସହ ରୋଗୀ ଓ ଲୋକମାନଙ୍କୁ ପଚାରି ଵୁଝିଥିଲେ।ମହୁଲିଆରେ ହୋଇଥିବା ଏଲିଡି ବଲବ ଇଉନିଟ୍,ଜରିମୂଳରେ ସ୍ବୟଂସହାୟକ ଗୋଷ୍ଟି କରିଥିବା ଷ୍ଟଲ,କଣ୍ଡିରାରେ ଟେଲର ଇଉନିଟ୍,ଇଶ୍ବରପୁରୁରେ ଥିବା ବିଉଟି ପାର୍ଲର,ବାଲିସାହି ପାଟଣାରେ ଥିବା କ୍ଷୀର ପ୍ଲାଣ୍ଟ,ଏଵଂ କେରଡାଗଡରେ ହୋଇଥିବା ଆଇସ୍ କ୍ରୀମ୍ ଫ୍ୟାକ୍ଟରୀ ବୁଲି ଦେଖିବା ସହ ସ୍ବୟଂସହାୟକ ଗୋଷ୍ଟି ସ୍ବାବଲମ୍ଵୀ ହୋଇଥିବାରୁ ପ୍ରସ୍ଂଶା କରିବା ସହ ସଂଯୋଜିକା ସାଗରୀକା ମଲ୍ଲିକ ଓ ରଶ୍ମୀରଞ୍ଜନଙ୍କୁ ବଧାଇ ଜଣାଇ ଥିଲେ।

ad-week
Leave A Reply

Your email address will not be published.