ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା ଟି-ସାର୍ଟରେ ମୟୂରଭଞ୍ଜ ଜିଲ୍ଲାପାଳ ଓ ଏସପି, ଏନଏଚଆରସିରେ ପହଂଚିଲା ମାମଲା…

add-all

dfr

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋଗୋ ଥିବା ଟି-ସାର୍ଟ ପିନ୍ଧି ମୟୂରଭଞ୍ଜର ଏସପି ଓ ଜିଲ୍ଲାପାଳଙ୍କୁ ନେଇ ଯେଉଁ ବିବାଦ ଦେଖାଦେଇଛି, ତାହା ଏବେ ଆଉ ପାଦେ ଆଗକୁ ଯାଇଛି। ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଓ ଏସପି ବି. ଗଙ୍ଗାଧର ବାରିପଦାରେ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋଗୋ ଥିବା ଟି-ସାର୍ଟ ପିନ୍ଧିବା ଘଟଣାକୁ ନେଇ ବିବାଦ ଦେଖାଦେଇଛି। ଏବେ ଏହି ମାମଲା ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ପହଞ୍ଚିଛି।

ନ୍ୟାୟ ପାଇଁ ଲଢ଼େଇ ପରିବାର ନାମକ ଏକ ସଂସ୍ଥା ଏନ୍ଏଚ୍ଆରସିଙ୍କ ନିକଟରେ ଅଭିଯୋଗ କରିଛି। ମୟୂରଭଞ୍ଜ ଜିଲ୍ଲାପାଳ ଓ ଏସପିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଏନପିଏଲପି। ଏହି ମାମଲାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମୁଖ୍ୟ ଶାସନ ସଚିବଙ୍କୁ ପକ୍ଷଭୁକ୍ତ କରାଯାଇଛି।

ସରକାରୀ କର୍ମଚାରୀ ହୋଇ ମଧ୍ୟ ମୟୂରଭଞ୍ଜ ଏସପି ଓ ଜିଲ୍ଲାପାଳ ଦଳୀୟ ଟି-ସାର୍ଟ ପିନ୍ଧି ପ୍ରଚାରରେ ଲାଗିଥିଲେ. ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଆମେ ଦାବି କରିଛୁ ବୋଲି ସଂପୃକ୍ତ ସଂଗଠନର ସଭାପତି ସୁବ୍ରତ ଦାସ କହିଛନ୍ତି।

ପୂର୍ବରୁ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଏହି ପ୍ରଶ୍ନର ଉତ୍ତର ଦେଇ ଏହାକୁ ଏକ ସରକାରୀ କାର୍ଯ୍ୟକ୍ରମ ବୋଲି କହିଥିଲେ। ଏଠାରେ ସୂଚନାଯୋଗ୍ୟ ଯେ ଉଭୟ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଓ ଏସପି ବି ଗଙ୍ଗାଧର ମୁଖ୍ୟମନ୍ତ୍ରୀଙ୍କ ଲୋଗୋ ଥିବା ଟି-ସାର୍ଟ ପିନ୍ଧିଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଯାହାକୁ ଟ୍ବିଟ୍ କରି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଟ୍ବିଟ୍ କରି ନିନ୍ଦା କରିଥିଲେ। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ହାସ୍ୟାସ୍ପଦ ବୋଲି କହିବା ସହିତ ସବୁ ଋତୁ ସମାନ ନୁହେଁ ବୋଲି କହିଥିଲେ।

ad-week
Leave A Reply

Your email address will not be published.