ରାଜଧାନୀରେ ବେଆଇନ କଫ ସିରପ୍ ରାକେଟର ପର୍ଦ୍ଦାଫାସ, ଅଭିଯୁକ୍ତ ଗିରଫ…

add-all

cou

ଭୁବନେଶ୍ୱର: ରାଜଧାନୀରେ ବେଆଇନ କଫ ସିରପ୍ ରାକେଟର ପର୍ଦ୍ଦାଫାସ କରି ବୁଧବାର ପୁଲିସ ୨୦୫ଟି କଫ ସିରପ୍ ବୋତଲ ଜବତ କରିଛି। ଏହି ଘଟଣାରେ ପୁଲିସ ଜଣେ ନିଶା ବେପାରୀକୁ ମଧ୍ୟ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ଭୁବନେଶ୍ୱର ରବି ଟକିଜ ନିବାସୀ ଅକ୍ଷୟ କୁମାର ବେହେରା ବୋଲି ଜଣାପଡ଼ିଛି।

ଅବକାରୀ ପୁଲିସ ଅକ୍ଷୟ ବେହେରାଙ୍କ ଘରେ ଚଢ଼ଉ କରି କଫ ସିରପ୍ ବୋତଲ ଜବତ କରିବା ବେଳେ ଏହି ରାକେଟର ପର୍ଦ୍ଦାଫାସ ହୋଇଥିଲା। ପ୍ରାଥମିକ ତଦନ୍ତ ସମୟରେ ପୁଲିସ ଅନ୍ୟ ଜଣେ ଡିଲରଙ୍କ ବିଷୟରେ ଜାଣିବାକୁ ପାଇଥିଲା, ଯିଏ ଛତିଆର ରାୟପୁରରୁ କଫ ସିରପ ବୋତଲ ପଠାଉଥିଲେ।

ଜାମିନ ନାମଞ୍ଜୁର ହୋଇଛି। ଆମେ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଗିରଫ କରିବାକୁ ଚେଷ୍ଟା କରିଥିଲୁ କିନ୍ତୁ ସେ ତାଙ୍କ ଘରୁ ଚମ୍ପଟ ମାରିଥିଲେ। ମୁଖ୍ୟତଃ ମଧ୍ୟମ ବୟସର ଯୁବକମାନେ ଏହି ଔଷଧ ବ୍ୟବହାର କରୁଥିବାରୁ ଏହି ବ୍ୟବସାୟରେ ବିପୁଳ ପରିମାଣର ଲାଭ ହେଉଛି। ତେବେ ଫେରାର ଥିବା ଅଭିଯୁକ୍ତଙ୍କୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ଘଟଣାର ତଦନ୍ତ ଜାରି ରଖିଛି ବୋଲି ପୁଲିସ କହିଛି।

ad-week
Leave A Reply

Your email address will not be published.