ରାଜ୍ୟର ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା…

add-all

heavy rain

ଭୁବନେଶ୍ୱର: ବଙ୍ଗୋପସାଗରର କେନ୍ଦ୍ରୀୟ ଅଞ୍ଚଳରେ ବୁଧବାର ସୃଷ୍ଟି ହୋଇଥିବା ସୁଦୃଶ୍ୟ ଲଘୁଚାପ ଏବେ ପୂର୍ବ ମଧ୍ୟପ୍ରଦେଶ ଓ ପଡ଼ୋଶୀ ରାଜ୍ୟରେ ସକ୍ରିୟ ରହିଛି। ଆମ ରାଜ୍ୟରେ ଏହାର ସିଧା ପ୍ରଭାବ ନରହିବା କାରଣରୁ ଆଜିଠାରୁ ଧୀରେ ଧୀରେ ବର୍ଷା କମ୍‌ ହେବ। ରାଜ୍ୟର ବିିଭିନ୍ନ ସ୍ଥାନରେ ଗତ ବୁଧବାରଠାରୁ ବର୍ଷା ଲାଗି ରହିଛି।

ବଲାଙ୍ଗୀର ଜିଲ୍ଳାର ଅଧିକାଂଶ ଅଞ୍ଚ‌ଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଥିବା ବେଳେ କଳାହାଣ୍ଡି, ବରଗଡ଼, କନ୍ଧମାଳ, ନୂଆପଡ଼ା, ବୌଦ୍ଧ, ରାୟଗଡ଼ା, ସୋନପୁର ଓ ସୁନ୍ଦରଗଡ଼ ଆଦି ଜିଲ୍ଲାର କିଛି ସ୍ଥାନରେ ମଧ୍ୟ ପ୍ରବଳ ବର୍ଷା ସହ ଘଡ଼ଘଡ଼ି ଦେଖିବାକୁ ମିଳିଥିଲା।

ପାଣିପାଗ ବିଭାଗ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟ‌ରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ୧୦ ସେମିରୁ ଅଧିକ ବର୍ଷା ରେକର୍ଡ ହୋଇଛି। ବଲାଙ୍ଗୀରର ଦେଓଗାଁରେ ସର୍ବାଧିକ ୧୯ ସେମି ବର୍ଷା ରେକର୍ଡ ହୋଇଥିବା ବେଳେ ଗୁଡ଼ବେଲାରେ ୧୩, ବଲାଙ୍ଗୀରରେ ୧୧, କଳାହାଣ୍ଡିର କରଲାମୁଣ୍ଡାରେ ୧୧, ନରଲାରେ ୧୧, ବରଗଡ଼ର ଗାଇସିଲେଟରେ ୧୧, କନ୍ଧମାଳ ବାଲିଗୁଡ଼‌ାରେ ୧୦, ନୂଆପଡ଼ାରେ ୧୦, ବରଗଡ଼ର ବିଜେପୁରରେ ୧୦ ସେମି ବର୍ଷା ରେକର୍ଡ ହୋଇଛି।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ,  ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ବରଗଡ଼ର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ଉପକୂଳବର୍ତ୍ତୀ ଓଡ଼ିଶାର କେତେକ ସ୍ଥାନରେ ସାଧାରଣରୁ ମଧ୍ୟମ ଧରଣର ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି।  ୧୬ଠାରୁ ୧୮ ତାରିଖ (ସୋମବାର) ମଧ୍ୟରେ ବି ଓଡ଼ିଶାର କେତୋଟି ଜିଲ୍ଲାରେ ଘଡ଼ଘଡ଼ି ସହ ସାଧାରଣରୁ ମଧ୍ୟମ ଧରଣର ବର୍ଷା ହେବ।

ad-week
Leave A Reply

Your email address will not be published.