କଟକ ତାଳଦଣ୍ଡା କେନାଲରେ ବୁଡ଼ିଗଲେ ମାଛ ବ୍ୟବସାୟୀ!

add-all

bab

କଟକ ତାଳଦଣ୍ଡା କେନାଲରେ ଛତ୍ରବଜାରର ଜଣେ ମାଛ ବ୍ୟବସାୟୀ ବୁଡ଼ି ଯାଇଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ହରିଶ୍ଚନ୍ଦ୍ର ଦାସ। ହରିଶ୍ଚନ୍ଦ୍ର ଆଜି ଅପରାହ୍ନ ପ୍ରାୟ ୪ଟା ବେଳେ କେନାଲକୁ ଧୋଇ ହେବାକୁ ଯାଇଥିବାବେଳେ ନିଖୋଜ ହୋଇଯାଇଥିବା ତାଙ୍କ ପୁଅ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି।

ସେ ତାଳଦଣ୍ଡା କେନାଲରେ ବୁଡ଼ିଯାଇଥିବା ସନ୍ଦେହ କରାଯାଉଛି। ସେଥିପାଇଁ ଘଟଣାସ୍ଥଳରେ ମଧୁପାଟଣା ପୁଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ଖୋଜାଖୋଜି କରୁଛନ୍ତି। ସନ୍ଧ୍ୟା ସୁଦ୍ଧା ତାଙ୍କର ପତ୍ତା ମିଳିନାହିଁ। ଅନ୍ୟପକ୍ଷରେ ସେ ତାଳଦଣ୍ଡା କେନାଲରେ ବୁଡ଼ି ଯାଇଥିବା ନେଇ କୌଣସି ସ୍ପଷ୍ଟ ସୂଚନା ନଥିବାରୁ ପୁଲିସ୍ ତାଙ୍କୁ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଖୋଜାଖୋଜି କରୁଛି।

ad-week
Leave A Reply

Your email address will not be published.