ରିୟଲ ଇଷ୍ଟେଟ୍ ବ୍ୟବସାୟୀ ତପନ ମହାନ୍ତିଙ୍କୁ ଇଓଡବ୍ଲୁର ପଚରାଉଚରା…

youtube

IMAGE_1694856793

ଭୁବନେଶ୍ବର : ରାଜ୍ୟର ଜଣାଶୁଣା ରିଅଲ ଇଷ୍ଟେଟ ବ୍ୟବସାୟୀ ତଥା ଜେଡ୍ ୱାନର ମାଲିକ ତପନ ମହାନ୍ତି ଓ ତାଙ୍କ ପୁଅଙ୍କୁ ଆଜି ଅର୍ଥନୈତିକ ଅପରାଧିକ ଶାଖା (ଇଓଡବ୍ଲ୍ୟୁ) ୩ ଘଣ୍ଟା ଜେରା କରିଛି।
ମିଳିଥିବା ସୂଚନା ଅନୁଯାୟୀ, ଜେଡ୍ ୱାନ୍‌ର ରଘୁନାଥପୁର ସ୍ଥିତ ଆପାର୍ଟମେଣ୍ଟନର ଓନର ଆସୋସିଏସନ୍‌ ତାଙ୍କ ନାଁରେ ଇନଫୋସିଟି ଥାନାରେ ଏତଲା ଦେଇଥିଲା। ଆପାର୍ଟମେଣ୍ଟ ନିର୍ମାଣ ବେଳେ ଅନେକ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ଯେଉଁ ସ୍ଥାନରେ ନିର୍ମାଣ କାର୍ଯ୍ୟ ହେବାର ନଥିଲା, ସେଠାରେ ନିର୍ମାଣ କାର୍ଯ୍ୟ ହୋଇଥିଲା। ଏମିତି ଅନେକ ଅଭିଯୋଗ ନେଇ ଆସୋସିଏସନ୍ ପକ୍ଷରୁ ତାଙ୍କ ନାଁରେ ଅଭିଯୋଗ କରିଥିଲା।
ଦୀର୍ଘ ଦିନରୁ ଏନେଇ ଅଭିଯୋଗ ପାଇଥିବା ସତ୍ତ୍ୱେ ପୁଲିସ୍ ଚୁପ୍ ବସିଥିଲା। ମାମଲା ରୁଜୁ କରି ନଥିଲା। କିନ୍ତୁ ଏଇ କିଛି ଦିନ ତଳେ ହଠାତ୍ ସକ୍ରିୟ ହୋଇଥିଲା ପୁଲିସ୍। ମାମଲା ରୁଜୁ କରିଥିଲା ଓ ରଘୁନାଥପୁର ସ୍ଥିତ ଜେଡ୍‌ ୱାନ୍ ଆପର୍ଟମେଣ୍ଟରେ ଚଢ଼ାଉ କରିଥିଲା। ପରେ ଏହି ମାମଲାକୁ ଭୁବନେଶ୍ୱର ଅର୍ଥନୈତିକ ଅପରାଧିକ ଶାଖା (ଇଓଡବ୍ଲ୍ୟୁ)କୁ ହସ୍ତାନ୍ତର କରାଯାଇଥିଲା। ଏଣୁ କିଛି ଆର୍ଥିକ ଅନିୟମିତତା ଅଭିଯୋଗ ରହିଥିବା କୁହାଯାଉଛି। ତେବେ ତଦନ୍ତକାରୀ ଅଧିକାରୀ ଅବା ତପନ ମହାନ୍ତିଙ୍କ ପକ୍ଷରୁ ଅଭିଯୋଗ ନେଇ କିଛି କୁହାଯାଇନାହିଁ।
ଇଓଡବ୍ଲ୍ୟୁ ପକ୍ଷରୁ ଆଜି ତପନ ମହାନ୍ତି ଓ ତାଙ୍କ ପୁଅଙ୍କୁ ପଚରାଉଚରା ପାଇଁ ଡକା ଯାଇଥିଲା। ସେମାନେ ଦିନ ପ୍ରାୟ ୧୧ଟା ବେଳେ ଆସି ଇଓଡବ୍ଲ୍ୟୁରେ ହାଜର ହୋଇଥିଲେ। ପ୍ରଥମେ ତପନ ମହାନ୍ତିଙ୍କ ପୁଅଙ୍କୁ ପଚରାଉଚରା କରାଯାଇଥିଲା। ତା’ପରେ ତପନ ମହାନ୍ତିଙ୍କୁ ପଚରାଉଚରା କରାଯାଇଥିଲା।

Leave A Reply

Your email address will not be published.