ଆତଙ୍କବାଦୀଙ୍କୁ ଖୋଜି ବାହାର କରିବ ଏହି ନୂତନ ଡ୍ରୋନ, ନିୟୋଜିତ ହେଲା ହେରୋନ୍ ମାର୍କ-୨

add-all

mar

ଶ୍ରୀନଗର: ଅନନ୍ତନାଗର କୋକେରନାଗ ଜଙ୍ଗଲରେ ଆଜି ବି ଜାରି ରହିଛି ଏନକାଉଣ୍ଟର। ଆଜି ଷଷ୍ଠ ଦିନ ହେବ ଏହି ଅଞ୍ଚଳରେ ଏନକାଉଣ୍ଟର ଚାଲିଛି। କୁହାଯାଉଛି ଉକ୍ତ ଅଞ୍ଚଳରେ ୨ ଜଣ ଆତଙ୍କବାଦୀ ଲୁଚି ରହିଥିବାର ଅନୁମାନ କରାଯାଉଛି। ଏହି ଆତଙ୍କବାଦୀଙ୍କୁ ଖୋଜିବା ଲାଗି ଲାଟେଷ୍ଟ ହେରୋନ୍ ମାର୍କ ୨ ଡ୍ରୋନ ନିୟୋଜିତ କରାଯାଇଛି। ଏହାସହ ସେନାର ବିଶେଷ ହେଲିକପ୍ଟର ମଧ୍ୟ ନିୟୋଜିତ କରାଯାଇଛି।

କୋକେରନାଗ ଜଙ୍ଗଲ ଗୁମ୍ପାରେ ଆତଙ୍କବାଦୀମାନେ ଲୁଚି ରହିଛନ୍ତି। ସେନା ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଉଥିବା ବେଳେ ଆକାଶ ମାର୍ଗରୁ ବମ୍ ବର୍ଷା କରୁଛି ଡ୍ରୋନ। ଆତଙ୍କବାଦୀଙ୍କ ବିରୁଦ୍ଧରେ ଅଭିଯାନ ସ୍ୱରୂପ ସେନା ପକ୍ଷରୁ ହେରୋନ ମାର୍କ ୨ ନିୟୋଜିତ କରାଯାଇଛି। ସୂଚନା ଥାଉକି ଏହି ଡ୍ରୋନରେ ଜଣେ ଆତଙ୍କବାଦୀଙ୍କୁ ନିହତ କରାଯାଇଛି।

ଏହି ଡ୍ରୋନ ଆତଙ୍କବାଦୀଙ୍କ ଗତିବିଧି ଉପରେ ନଜର ରଖିବା ସହିତ ଆକ୍ରମଣ ମଧ୍ୟ କରୁଛି। ଏହା ଆତଙ୍କବାଦୀଙ୍କୁ ଖୋଜି ଖୋଜି ମାରିବାରେ ସକ୍ଷମ ହେବ ଡ୍ରୋନ। ସବୁଠାରୁ ବଡ କଥା ହେଲା ଝଡ ବର୍ଷା ସମୟରେ ବି ଏହା କାମ କରିଥାଏ। ହେରୋନ ମାର୍କ ୨ କୁ ୧୫ କିଲୋମିଟର ଦୂରରେ ବସି ବି ଅପରେଟ୍ କରାଯାଇପାରେ।

ad-week
Leave A Reply

Your email address will not be published.