ଭାରତ ଏସିଆ କପ ଚାମ୍ପିୟନ, ୮ମ ଥର ପାଇଁ ଭାରତ ଏସିଆ କପ୍‌ ବିଜୟୀ; ୫୦ ରନ୍‌ରେ ଶ୍ରୀଲଙ୍କା ଅଲ୍‌ଆଉଟ୍‌

add-all

mint

କଲମ୍ବୋ: ଏସିଆ କପ୍‌-୨୦୨୩ ନିଜ ନାଁରେ କରିଛି ଭାରତ। ୧୯ ଦିନର ଏହି ଟୁର୍ନାମେଣ୍ଟରେ ୧୩ଟି ମ୍ୟାଚ୍ ଖେଳାଯାଇଥିଲା। ଫାଇନାଲରେ ଶ୍ରୀଲଙ୍କାକୁ ଶୋଚନୀୟ ଭାବେ ୧୦ ଓ୍ବିକେଟରେ ପରାସ୍ତ କରି ୮ମ ଥର ପାଇଁ ଟାଇଟଲ ହାତେଇଛି ଟିମ୍ ଇଣ୍ଡିଆ। କମ୍‌ ରନ୍‌ର ଟାର୍ଗେଟକୁ ପିଛା କରି ବିନା ୱିକେଟରେ ମ୍ୟାଚ୍‌ ଜିତିଛି ଭାରତୀୟ ଦଳ। ମାତ୍ର ୫୦ ରନ୍‌ରେ ଶ୍ରୀଲଙ୍କା ଅଲ୍‌ଆଉଟ୍‌ ହେବା ପରେ ଭାରତ ପାଇଁ ୫୧ ରନ୍‌ର ବିଜୟ ଲକ୍ଷ୍ୟ ରହିଥିଲା, ଯାହାକୁ ମାତ୍ର ୬.୧ ଓଭରରେ ହାସଲ କରିନେଇଥିଲା ଭାରତ। ଭାରତ ପକ୍ଷରୁ ଶୁବମନ ଗିଲ ୨୭ ରନ ଓ ଈଶାନ କିଷନ ୨୩ ରନ କରିଥିଲେ। ତେବେ ମହମ୍ମଦ ସିରାଜଙ୍କ ଘାତକ ବୋଲିଂରେ ଧରାଶାୟୀ ହୋଇଥିଲା ଶ୍ରୀଲଙ୍କା ଦଳ। ୨୧ ରନ ଦେଇ ୬ଟି ଓ୍ବିକେଟ ନେଇ ଆଜି ମ୍ୟାଚ୍‌ର ହିରୋ ସାଜିଥିଲେ ସିରାଜ।

ସିରାଜ, ହାର୍ଦ୍ଦିକ ପାଣ୍ଡ୍ୟା ଓ ଜସପ୍ରୀତ ବୁମରାଙ୍କ ଘାତକ ବୋଲିଂକୁ ସାମ୍ନା କରି ନ ପାରି ଶ୍ରୀଲଙ୍କା ମାତ୍ର ୧୫.୨ ଓଭର୍‌ରେ ସମସ୍ତ ୱିକେଟ ହରାଇ ୫୦ ରନ କରିବାକୁ ସକ୍ଷମ ହୋଇଥିଲା। ଏହାର ଜବାବରେ ଭାରତ ବିନା କୌଣସି ୱିକେଟ ହରାଇ ଧାର୍ଯ୍ୟ ଟାର୍ଗେଟକୁ ୨୬୩ ବଲ ପୂର୍ବରୁ ହାସଲ କରି ନେଇଛି।

ad-week
Leave A Reply

Your email address will not be published.