ଏସ.ୟୁ.ଜେ ଗଞ୍ଜାମ ଜିଲ୍ଲା ଶାଖା ଉପ ସଭାପତି ହେଲେ ବରିଷ୍ଠ ସାମ୍ବାଦିକ ନିରାକାର ସାହୁ, ସଞ୍ଜୀବ କୁମାର ଜେନା ଓ କୋଷାଧ୍ୟକ୍ଷ ଭାବେ ନୀଳାଚଳ ସାହୁ ମନୋନୀତ

add-all

ବ୍ରହ୍ମପୁର ରାଜ୍ୟ ସାମ୍ବାଦିକ ସଙ୍ଘ (ଏସ.ୟୁ.ଜେ) ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ଜରୁରୀ କାଳୀନ ବୈଠକ ରାଜ୍ୟ ସଭାପତି କୈଳାସ ଚନ୍ଦ୍ର ନାୟକ ଙ୍କ ନିର୍ଦ୍ଦେଶ କ୍ରମେ ବ୍ରହ୍ମପୁର ଠାରେ ଅନୁଷ୍ଠିତ ହୋଇଯାଇଛି।ରାଜ୍ୟ ସମ୍ପାଦକ ହେମଙ୍ଗ ପ୍ରସାଦ ରାଉଳ ଙ୍କ ଅଧ୍ୟକ୍ଷତା ରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁରଜିତ କୁମାର ପଣ୍ଡା ଓ ଜିଲ୍ଲା ସଭାପତି ବିଶ୍ଵନାଥ ମାରଣା ,ସାଧାରଣ ସମ୍ପାଦକ ଦିଗାମ୍ବର ମହାରଣା ଉପସ୍ଥିତି ରେ ଭଂଜନଗର ଉପଖଣ୍ଡ ରୁ ଉପସଭାପତି ଭାବେ ନିରାକାର ସାହୁ,ଛତ୍ରପୁର ଉପଖଣ୍ଡ ରୁ ସଞ୍ଜୀବ କୁମାର ଜେନା ଙ୍କୁ ମନୋନୀତ କରାଯାଇଥିଲା। ସେହିପରି କୋଷାଧ୍ୟକ୍ଷ ଭାବେ ନୀଳାଚଳ ସାହୁ ଓ ୭ ଜଣ କାର୍ଯ୍ୟକାରିଣୀ ସଦସ୍ୟ ଙ୍କୁ ମଧ୍ୟ ମନୋନୀତ କରାଯାଇଛି।ଆଗାମୀ ଦିନରେ ଏସ.ୟୁ.ଜେ ଗଞ୍ଜାମ ଜିଲ୍ଲା ର ଶାଖା ସାମ୍ବାଦିକ ମାନଙ୍କ ସମସ୍ୟା ସହିତ ଜଡ଼ିତ ରହିବା ସହିତ ସମାଜରେ ଜନହିତକର କାର୍ଯ୍ୟ ସହିତ ଜଡିତ ହୋଇ କାର୍ଯ୍ୟ କରିବେ ବୋଲି ସଂଘ ର ସମସ୍ତ ସଭ୍ୟ ମତ ଦେଇଛନ୍ତି ।ଆଜିର ଏହି ବୈଠକରେ ଚିନ୍ତାଡୁ ମନୋଜ କୁମାର ପାତ୍ର,ରୂପକ କୁମାର ମହାନ୍ତି,କପିଲ କୁମାର ପାଢ଼ୀ,ଆଲୋକ ବେହେରା,ଗଦାଧର ଶୁକ୍ଳା, ସିମାଞ୍ଚଳ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ। ଆଗାମୀ ଦିନରେ ଭଞ୍ଜନଗର ଠାରେ ବୈଠକ ଆୟୋଜିତ କରାଯିବ ବୋଲି ନିଷ୍ପତି ନିଆ ଯାଇଛି l

ad-week
Leave A Reply

Your email address will not be published.