ଝାରଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ମିଳିଲାନି ଆଶ୍ୱସ୍ତି, ହାଇକୋର୍ଟ ଯିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ…

add-all

hem

ମନିଲଣ୍ଡରିଂ ମାମଲାରେ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ମିଳିନି ଆଶ୍ୱସ୍ତି। ଇଡି ତାଙ୍କୁ ଏହି ମାମଲାରେ ହାଜର ହେବାକୁ ସମନ କରିଥିଲା। ଏହା ବିରୋଧରେ ହେମନ୍ତ ସୋରେନ ସୁପ୍ରିମକୋର୍ଟ ଯାଇଥିଲେ। କିନ୍ତୁ ଏହାର ଶୁଣାଣି କରିବାକୁ ସର୍ବୋଚ୍ଚ ଅଦାଲତ ମନା କରି ଦେଇଛନ୍ତି। ଜଷ୍ଟିସ ଅନିରୁଦ୍ଧ ବୋଷ ଓ ଜଷ୍ଟିସ ବେଲା ଏମ ତ୍ରିବେଦୀଙ୍କ ଖଣ୍ଡପୀଠ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ହାଇକୋର୍ଟରେ ଆବେଦନ କରିବାକୁ କହିଛନ୍ତି।

ମୁଖ୍ୟମନ୍ତ୍ରୀ ସୋରେନଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ ଦାବି କରିଛନ୍ତି ଯେ ତାଙ୍କ କ୍ଲାଇଣ୍ଟ ବିରୋଧରେ ଆକ୍ରୋଶମୂଳକ ଭାବେ କାମ କରାଯାଉଛି। କିନ୍ତୁ ସୁପ୍ରିମକୋର୍ଟ ତାଙ୍କୁ ତୁରନ୍ତ ଅଟକାଇ ଦେଇଥିଲେ।

ଖଣ୍ଡପୀଠ କହିଥିଲେ, “ମିଷ୍ଟର ରୋହତଗୀ, ଆପଣ କାହିଁକି ଝାରଖଣ୍ଡ ହାଇକୋଟଆ ଯାଛ ନାହାନ୍ତି? ନା, ନା, ପ୍ରଥମେ ହାଇକୋର୍ଟ ଯାଆନ୍ତୁ। ଆମେ ଆପଣଙ୍କୁ ଆବେଦନ ପ୍ରତ୍ୟାହାର ପାଇଁ ଅନୁମତି ଦେବୁ।” ଏହାପରେ ଖଣ୍ଡପୀଠ ଆବେଦନକୁ ଖାରଜ କରି ଦେଇଥିଲେ।

ଏବେ ଇଡି ସମନରୁ ବର୍ତ୍ତିବା ପାଇଁ ହେମନ୍ତ ସୋରେନଙ୍କୁ ଝାରଖଣ୍ଡ ହାଇକୋର୍ଟରେ ଆବେଦନ କରିବାକୁ ପଡ଼ିବ। ରାଞ୍ଚିରେ ଜମି କାରବାର ମାମଲାରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଇଡି ମନିଲଣ୍ଡରିଂ ମାମଲା ରୁଜୁ କରିଛି। ଏହି ଘଟଣାରେ ହେମନ୍ତ ସୋରେନଙ୍କୁ ସେପ୍ଟେମ୍ବର ୨୩ରେ ହାଜନ ହେବାକୁ ସମନ କରାଯାଇଛି।

ତେବେ ଏହାକୁ ହେମନ୍ତ ସୋରେନ ରାଜନୀତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ସରକାର କେନ୍ଦ୍ରୀୟ ଏଜେନ୍ସି ଦ୍ୱାରା ବିରୋଧୀ ଦଳର ନେତାମାନଙ୍କୁ ଟାର୍ଗେଟ କରୁଛନ୍ତି।

ଚଳିତ ବର୍ଷ ଓ ଆସନ୍ତା ବର୍ଷ ନିର୍ବାଚନ ହେବାର ଅଛି। ଏହା ପୂର୍ବରୁ ବିରୋଧୀ ମିଳିତ ଭାବେ ଇଣ୍ଡିଆ ମେଣ୍ଟ ଗଠନ କରିଛନ୍ତି। ହେମନ୍ତ ସୋରେନଙ୍କ ଜେଏମଏମ ମଧ୍ୟ ଏହାର ଅଂଶବିଶେଷ। ତେଣୁ ଇଡି ତାଙ୍କୁ ଟାର୍ଗେଟ କରୁଥିବା ହେମନ୍ତ ସୋରେନ ନିଜର ଆବେଦନର ଦର୍ଶାଇଛନ୍ତି।

ad-week
Leave A Reply

Your email address will not be published.