ହିଲପଟଣା ସିଦ୍ଧି ବିନାୟକ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼…

add-all

ବ୍ରହ୍ମପୁର (୧୯/୦୯) : ଆଜି ସକାଳୁ ସକାଳୁ ଶହ, ଶହ ଭକ୍ତ ମାନଙ୍କ ସମାଗମ ହୋଇଥିଲା । ଶ୍ରଦ୍ଧାଳୁ ଙ୍କ ଭିଡ଼ କୁ ଦେଖି ମନ୍ଦିର କମିଟି ପକ୍ଷରୁ ସମସ୍ତ ବନ୍ଦୋବସ୍ତ ଗ୍ରହଣ କରାଯାଇଥିଲା। ତେବେ ଶ୍ରଦ୍ଧାଳୁଙ୍କ ସୁବିଧା ନିମନ୍ତେ ଦୁଇ ଚକିଆ ଏବଂ ଚାରି ଚକିଆ ଯାନ ବାହାନ ରଖିବା ପାଇଁ ସଂସ୍କୃତି ବିଭାଗର ଅଧୀନରେ ରହିଥିବା ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ପରିସରରେ ପାର୍କିଂ ବ୍ୟବସ୍ଥା କରାଯାଇଥିଲା।କିନ୍ତୁ ସେଠାରେ ବେଆଇନ ଭାବ ସରକାରୀ ସ୍ଥାନରେ ପାର୍କିଂଗ ଫିଜ ଆଦାୟ ହେଉଥିବା ଦେଖିବାକୁ ମିଳିଥିଲା। ହିଲପଟଣା ଗଣେଷ ମନ୍ଦିର ନାମରେ ଦୁଇ ଚକିଆ ବାହାନ ଠାରୁ ୧୦ ଟଙ୍କା ଏବଂ ଚାରି ଚକିଆ ଯାନ ଠାରୁ ୨୦ ଟଙ୍କିଆ ରସିଦ ମାଧ୍ୟମରେ ପାର୍କିଂଗ ଫିଜ ଆଦାୟ ହେଉଥିଲା। ।,ଏବଂ ବେଆଇନ ଭାବେ ପାର୍କିଂ ଫିଜ ମଧ୍ୟ ଆଦାୟ ନେଇ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି। ତାହା କାହା ସ୍ୱାର୍ଥରେ ଏବଂ କାହାର ନିର୍ଦେଶ କ୍ରମେ ଏଭଳି ଗୋଟିଏ ସରକାରୀ ସ୍ଥାନରେ ପାର୍କିଂଗ ଫିଜ ଆଦାୟ ହେଉଛି ତାହାକୁ ନେଇ ସହରବାସୀ ଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି? ଏହାର ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।

ad-week
Leave A Reply

Your email address will not be published.