ବଜ୍ରଘାତରେ ଦଶ ଛେଳି ମୃତ

add-all

ଚିକିଟୀ : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଚାନ୍ଦପୁର ଫାଣ୍ଡି ଅଧିନସ୍ତ ନୂଆପଡା ଗ୍ରାମରେ ଆଜି ଏକ ବଡ଼ ଅଘଟଣ ଘଟିଛି। ଆଜି ମଧ୍ୟାହ୍ନ ୨ଟା ବେଳେ ନୂଆପଡା ଗ୍ରାମର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପଛପଟେ ଦୁଇ ଗୋଠ ଛେଳି ଚରୁଥିବା ବେଳେ ହଠାତ ମେଘବର୍ଷା ଆସିଥିଲା। କିଛି ସମୟ ବର୍ଷା ହେଲା ପରେ ବାରମ୍ବାର ବଜ୍ରପାତ ହୋଇଥିଲା ଏହି ବଜ୍ରା ଘାତରେ ଗୋଠର ଦଶରୁ ଅଧିକ ଛେଳି ମୃତୁବରଣ କରିଥିବା ବେଳେ ଛେଳି ଜଗୁଆଳି ଅଳ୍ପକେ ବର୍ତ୍ତି ଯାଇଥିବା ପ୍ରକାଶ ପାଉଛି l ଏହି ଘଟଣା ଘଟିବାପରେ ଛେଳି ଜଗୁଆଳି ଦୁଃଖରେ ଭାଙ୍ଗିଯାଇଛି। ପ୍ରଣୀଧନ କେନ୍ଦ୍ରର କୋଡିଏ ମିଟର ଦୂରରେ ଘଟଣା ଘଟିଥିଲେ ମଧ୍ୟ ଉକ୍ତ ଅଧିକାରୀ ଏଠାରେ ନଥିବା ହେତୁ ପୀଡିତ ଚାଷୀ ଦିଗପହଣ୍ଡି ବ୍ଲକର ବୋମକେଇ ପ୍ରଣୀଧନ ଭାରପ୍ରାପ୍ତ ଅଧିକାରୀଙ୍କ ସହାୟତାରେ ଶବ ବ୍ୟବଛେଦ କରାଇଥିଲେ। ପଶୁ ଡାକ୍ତର ସିଦ୍ଧାନ୍ତ ଶଙ୍କର ପାଣିଗ୍ରହୀ ଙ୍କ ତତ୍ୱାବଧାନରେ ଶବ ବ୍ୟବଛେଦ କରାଗଲା। ଏଥିର ସହଯୋଗୀ ରୂପେ ପ୍ରlଣୀଧନ ନିରକ୍ଷକ ବାଳକୃଷ୍ଣ ପ୍ରଧାନ,ସୀମାଞ୍ଚଳ ଗୋୖଡ଼ ଉପସ୍ଥିତ ଥିଲେ। ଉକ୍ତ ଚାଷୀଙ୍କୁ ସରକାରୀ ସହଯୋଗ କିଛି ମିଳିଲେ ସେ ତାର ଋଣ ପରିଶୋଧ କରିପାରିବ।

ad-week
Leave A Reply

Your email address will not be published.