ପ୍ରାଥମିକ ଶିକ୍ଷକ ସଂଘକୁ ଆଲୋଚନା ପାଇଁ ସିଏମ୍‌ଓରୁ ଡକରା…

add-all

teach

ଭୁବନେଶ୍ୱର: ପ୍ରାଥମିକ ଶିକ୍ଷକ ସଂଘକୁ ଆଲୋଚନା ପାଇଁ ସିଏମ୍‌ଓରୁ ଡକରା। ଆସନ୍ତା ୨୩ ତାରିଖ ସନ୍ଧ୍ୟା ୫ଟାରେ ଆଲୋଚନା ପାଇଁ ଡକରା ଦେଇଛନ୍ତି ସିଏମଓ। ଆନ୍ଦୋଳନରୁ ଓହରିଥିବା ଶିକ୍ଷକ ସଂଘକୁ ଆଲୋଚନା ପାଇଁ ଡାକିଲେ। ଏନେଇ ସୂଚନା ଦେଲେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ମହାସଚିବ।

ସୂଚନା ଅନୁସାରେ ସେପ୍ଟେମ୍ୱର ୧୮ ତାରିଖ ଦିନ ଆନ୍ଦୋଳନ ସ୍ଥଗିତ ରଖିଲେ ପ୍ରାଥମିକ ଶିକ୍ଷକ। ସ୍ଥଗିତ ହେବା ନେଇ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ଏନେଇ ସୂଚନା ଦେଇଥିଲେ ମହାସଂଘର ମହାସଚିବ ଚାରୁଲତା ମହାପାତ୍ର।

ଗ୍ରେଡ୍‌ ପେ’ ବୃଦ୍ଧି, ପ୍ରାଥମିକ ଶିକ୍ଷାରେ ଠିକା ଶିକ୍ଷକ ନିଯୁକ୍ତି ଉଚ୍ଛେଦ ଓ ୨୦୧୭ରୁ ପୁରୁଣା ପେନସନ ଲାଗୁ କରିବା ସହ ୨୦୨୦ ମାର୍ଚ୍ଚ ୧ ତାରିଖରୁ ବନ୍ଦ ଥିବା ଇନକ୍ରିମେଣ୍ଟ ପ୍ରଦାନ, ଗଣଶିକ୍ଷକମାନଙ୍କୁ ନିୟମିତ କରିବା, ଓଆରଏସ୍‌ପି-୨୦୧୭ର ବକେୟା ୫୦ ପ୍ରତିଶତ ପ୍ରଦାନ କରିବା ସହିତ ନିୟମିତ ଶିକ୍ଷକ ଭଳି ଅନ୍ୟାନ୍ୟ ସୁବିଧା ସୁଯୋଗ ପାଇବା ଦାବି କରାଯାଇଛି। ଚଳିତମାସ ୮ ତାରିଖରେ ପ୍ରାଥମିକ ସ୍କୁଲ ଶିକ୍ଷକ-ଶିକ୍ଷୟିତ୍ରୀ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଥିଲେ।

ad-week
Leave A Reply

Your email address will not be published.