କଂଗ୍ରେସର ସଜନ କୁମାର ଓ ଅନ୍ୟମାନେ ଦୋଷମୁକ୍ତ…

add-all

dr

ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ ୧୯୮୪ ମସିହା ଶିଖ ବିରୋଧୀ ଦଙ୍ଗା ସହ ଜଡ଼ିତ ସୁଲତାନପୁର ମାମଲାରେ କଂଗ୍ରେସର ସଜନ କୁମାର ଓ ଅନ୍ୟ ସମସ୍ତ ଅଭିଯୁକ୍ତଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ଦିଲ୍ଲୀର ରୋଜ ଆଭିନ୍ୟୁ କୋର୍ଟ ଆଜି ସମସ୍ତଙ୍କୁ ଦୋଷମୁକ୍ତ କରିଛନ୍ତି। ପ୍ରାଥମିକ ଭାବେ ସୁଲତାନପୁର ଦଙ୍ଗା ଘଟଣାରେ ସଜନ କୁମାରଙ୍କ ସମେତ ୫ ଜଣଙ୍କ ନାଁରେ ମାମଲା ହୋଇଥିଲା। ତେବେ ଶୁଣାଣି ବେଳେ ୨ ଜଣଙ୍କ ମୃତ୍ୟୁ ହୋଇ ସାରିଥିଲା। ଏବେ ସଜନ କୁମାର ଓ ଅନ୍ୟ ୨ ଜଣ ଦୋଷ ମୁକ୍ତ ହୋଇଛନ୍ତି।

୧୯୮୪ ଦଙ୍ଗା ସଜନ କୁମାର ଗୋଟିଏ ଗୁରୁଦ୍ୱାରରେ ନିଆଁ ଲଗାଇ ଦେଇଥିବା ଘଟଣାରେ ମଧ୍ୟ ଅଭିଯୁକ୍ତ ଥିଲେ। ଗତ ମାସରେ ଗୋଟିଏ କୋର୍ଟ ସଜନ କୁମାରଙ୍କୁ ପ୍ରାଥମିକ ଷଡ଼ଯନ୍ତ୍ରକାରୀ କହିଥିଲେ। କୋର୍ଟ କହିଥିଲେ ଯେ ସଜନ କୁମାର ହିଂସା ସୃଷ୍ଟି କରୁଥିବା ଲୋକଙ୍କ ମଧ୍ୟରେ ଥିଲେ। ଦିଲ୍ଲୀର ନାୱାଡା ଅଞ୍ଚଳ ଅନ୍ତର୍ଗତ ଗୁଲାବ ବାଗ ଠାରେ ଥିବା ଗୁରୁଦ୍ୱାରରେ ନିଆଁ ଲଗାଇବା ତାଙ୍କ ଉଦ୍ଦେଶ୍ୟ ଥିଲା। ୧୯୮୪ ମସିହା ନଭେମ୍ବର ୧ରେ ଏହି ଘଟଣା ଘଟିଥିଲା। କୋର୍ଟ ଆହୁରି କହିଥିଲେ ଯେ ଭିଡ଼ରେ ସାମିଲ ହୋଇଥିବା ଲୋକମାଦନେ ଶିଖମାନଙ୍କ ଘର ଜାଳି ଦେବାକୁ ଚେଷ୍ଟା କରିଥିଲେ। ସଜନ କୁମାର ହିଁ ଲୋକଙ୍କୁ ଉସକାଇଥିଲେ।

ପ୍ରାୟ ୧୩ ବର୍ଷ ତଳେ ଅର୍ଥାତ ୨୦୧୦ ଜୁଲାଇ ମାସରେ କାରକରଡୁମା କୋର୍ଟ ସଜନ କୁମାର, ବ୍ରହ୍ମାନନ୍ଦ, ପେରୁ, କୁଶଲ ସିଂହ ଓ ବେଦ ପ୍ରକାଶଙ୍କ ନାଁରେ ଚାର୍ଜଫ୍ରେମ କରିଥିଲେ। ଏମାନେ ସୁଲତାନପୁରରେ ୬ ଜଣଙ୍କୁ ହତ୍ୟା କରିଥିଲେ। ତେବେ ଆଜି ରୋଜ ଆଭିନ୍ୟୁ କୋର୍ଟ ସମସ୍ତଙ୍କୁ ଦୋଷମୁକ୍ତ କରିଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ନେତା ଜଗଦୀଶ ଟାଇଟଲରଙ୍କ ମାମଲାର ଶୁଣାଣି ଅକ୍ଟୋବର ୧୩ ଯାଏ ଘୁଞ୍ଚି ଯାଇଛି।

ad-week
Leave A Reply

Your email address will not be published.