ରୋଗୀ ଦେଖିବାକୁ ଆସି ମୋ ବସରୁ ଲୁଟର ଶିକାର ହେଲେ ମହିଳା…

add-all

rewr

ଭୁବନେଶ୍ୱର: ରାଜଧାନୀରେ ବୁଧବାର ‘ମୋ ବସ୍’ରେ ଯାତ୍ରା କରୁଥିବା ଜଣେ ମହିଳା ଯାତ୍ରୀଙ୍କଠାରୁ ସୁନା ଅଳଙ୍କାର ଓ ନଗଦ ୬ ହଜାରରୁ ଅଧିକ ଟଙ୍କା ଲୁଟ୍ ହୋଇଛି। କଟକର ୪୨ ମୌଜାର ଅହଲ୍ୟା ଦାସ ନାମକ ଜଣେ ମହିଳା ଭୁବନେଶ୍ୱର ସମ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ ରୋଗୀଙ୍କୁ ଭେଟିବାକୁ ଆସିଥିଲେ। ରୋଗୀଙ୍କୁ ଭେଟିବା ପରେ ସେ ‘ମୋ ବସ୍’ରେ ବସିଥିଲେ ମାଷ୍ଟରକ୍ୟାଣ୍ଟିନକୁ ଯିବା ପାଇଁ ୨୩ ନମ୍ବର ବସ ଧରିଥିଲେ।

ବସଟି କଳିଙ୍ଗ ଷ୍ଟୁଡିଓରେ ପହଞ୍ଚିବା ପରେ ଅହଲ୍ୟା ତାଙ୍କ ହ୍ୟାଣ୍ଡ ବ୍ୟାଗ୍ ଖୋଲିଥିବା ଦେଖିବାକୁ ପାଇଥିଲେ। ଏହାକୁ ଯାଞ୍ଚ କରିବାରୁ ତାଙ୍କ ସୁନା ଅଳଙ୍କାର ସହ ୩ଟି କାନ ଫୁଲ ଓ ଗୋଟିଏ ମୁଦି ସହ ବ୍ୟାଗରୁ ୬ହଜାର ୪୦୦ଟଙ୍କା ଗାଏବ ଥିବା ଦେଖିବାକୁ ପାଇଥିଲେ। ଏହାପରେ ସେ ସଙ୍ଗେ ସଙ୍ଗେ ଭରତପୁର ଥାନାରେ ଅଭିଯୋଗ କରିଥିଲେ।

ଥାନାରୁ ଏକ ଟିମ୍ ବସକୁ ଟ୍ରାକ୍ କରି ଅଟକାଇଥିଲା। ବସରେ ଯାତ୍ରୀଙ୍କ ଭିଡ଼ ଥିବାରୁ ପୁଲିସ ପ୍ରତ୍ୟେକ ଯାତ୍ରୀଙ୍କୁ ଯାଞ୍ଚ କରିବାରେ ଅସୁବିଧା ଅନୁଭବ କରି ବସକୁ ଥାନାକୁ ନେଇଥିଲା। ସମସ୍ତ ଯାତ୍ରୀ ଓ ସେମାନଙ୍କ ଲଗେଜ୍ ଯାଞ୍ଚ କରିବା ପରେ ହଜିଯାଇଥିବା ଅଳଙ୍କାର ଓ ଟଙ୍କା ନ ମିଳିବାରୁ ପୁଲିସ ସେମାନଙ୍କୁ ଛାଡ଼ି ଦେଇଥିଲା।

ନିଖୋଜ ଅଳଙ୍କାରକୁ ଠାବ କରିବା ପାଇଁ ପୁଲିସ ‘ମୋ ବସ୍’ ପରିଚାଳିତ କ୍ୟାପିଟାଲ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (ସିଆରୟୁଟି)ର ସହାୟତା ଲୋଡ଼ିଛି। ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ପାଇଁ ସେମାନେ ସିଆରୟୁଟିରୁ ବସ୍ ଭିତରେ ଲାଗିଥିବା ସିସିଟିଭି ଫୁଟେଜ୍ ମାଗିଛନ୍ତି।

ad-week
Leave A Reply

Your email address will not be published.