ଏବେ ଆମେରିକା, ଅଷ୍ଟ୍ରେଲିଆ ଓ କାନାଡାରେ ‘ପ୍ରାକ୍ଟିସ୍‌’ କରିପାରିବେ ଭାରତୀୟ ଡାକ୍ତରୀ ସ୍ନାତକ…

add-all

fff

ନୂଆଦିଲ୍ଲୀ: ୧୦ ବର୍ଷ ପାଇଁ ଭାରତର ‘ନ୍ୟାସ୍‌ନାଲ୍‌ ମେଡିକାଲ୍‌ କମିସନ୍‌’କୁ (ଏନ୍‌ଏମ୍‌ସି) ‘ୱାର୍ଲଡ୍‌ ଫେଡେରେସନ୍‌ ଫର୍‌ ମେଡିକାଲ୍‌ ଏଜୁକେସନ୍‌’ (ଡବ୍ଲୁଏଫ୍‌ଏମ୍‌ଇ) ‘ରେକୋଗ୍‌ନିସନ୍‌ ‌ଷ୍ଟାଟସ୍‌’ ପ୍ରଦାନ କରିଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟରୁ ଜାରି ‘ପ୍ରେସ୍‌ ବିବୃତି’ରୁ ଜଣାପଡ଼ିଛି।

‘ଡବ୍ଲୁଏଫ୍‌ଏମ୍‌ଇ’ ମାନ୍ୟତା ମିଳିଥିବାରୁ ଏବେ ଭାରତୀୟ ଡାକ୍ତରୀ ସ୍ନାତକମାନେ ଯୁକ୍ତରାଷ୍ଟ୍ର ଆମେରିକା, କାନାଡା, ଅଷ୍ଟ୍ରେଲିଆ ଓ ନିଉଜିଲାଣ୍ଡ୍‌ ଆଦି ଦେଶରେ ସ୍ନାତକୋତ୍ତର ତାଲିମ ନେବା ସହିତ ଡାକ୍ତରୀ ଚିକିତ୍ସା ବା ‘ପ୍ରାକ୍ଟିସ୍‌’ କରିପାରିବେ ବୋଲି ଉକ୍ତ ‘ପ୍ରେସ୍‌ ବିବୃତି’ରେ ଉଲ୍ଲେଖ ଅଛି। ସୂଚନାଯୋଗ୍ୟ, ଉପରୋକ୍ତ ରାଷ୍ଟ୍ର ସବୁ ସ୍ନାତକୋତ୍ତର ତାଲିମ କିଂବା ‘ପ୍ରାକ୍ଟିସ୍‌’ ନିମନ୍ତେ ‘ଡବ୍ଲୁଏଫ୍‌ଏମ୍‌ଇ’ ମାନ୍ୟତା ଆବଶ୍ୟକ କରନ୍ତି।

ତେଣୁ, ସମ୍ପ୍ରତି ଭାରତରେ ଥିବା ୭୦୬ଟି ମେଡିକାଲ୍‌ କଲେଜ ‘ଡବ୍ଲୁଏଫ୍‌ଏମ୍‌ଇ’ ମାନ୍ୟତା ପାଇଲେ ଓ ଆଗାମୀ ୧୦ ବର୍ଷ ମଧ୍ୟରେ ସ୍ଥାପନ ହେବାକୁ ଥିବା ମେଡିକାଲ୍‌ କଲେଜ ସବୁ ବି ଆପଣାଛାଏଁ ଏହି ମାନ୍ୟତା ପାଇଯିବେ।

‘ଦି ୱାର୍ଲଡ୍‌ ଫେଡେରେସନ୍‌ ଫର୍‌ ମେଡିକାଲ୍‌ ଏଜୁକେସନ୍‌’ (ଡବ୍ଲୁଏଫ୍‌ଏମ୍‌ଇ) ବିଶ୍ବବ୍ୟାପୀ ଉନ୍ନତମାନର ଡାକ୍ତରୀ ଶିକ୍ଷା ପ୍ରତି ସମର୍ପିତ ବୈଶ୍ବିକ ସଙ୍ଗଠନ।

ଉଲ୍ଲେଖଯୋଗ୍ୟ, ‘ଡବ୍ଲୁଏଫ୍‌ଏମ୍‌ଇ’ ମାନ୍ୟତା ପାଇବା ପ୍ରକ୍ରିୟା ବାବଦକୁ ପ୍ରତି ଡାକ୍ତରୀ କଲେଜକୁ ୬୦,୦୦୦ ଡଲାର୍‌ ବା ଭାରତୀୟ ମୁଦ୍ରାରେ ୪,୯୮,୫୧୪୨ ଟଙ୍କା ଫି’ ଦେବାକୁ ପଡ଼ିବ। ଫି’ ବାବଦରେ ସଂଗ୍ରହ କରାଯାଉଥିବା ଏହି ଅର୍ଥ ‘ଡବ୍ଲୁଏଫ୍‌ଏମ୍‌ଇ’ ଟିମ୍‌ର ସମ୍ପୃକ୍ତ ଡାକ୍ତରୀ କଲେଜ ପରିଦର୍ଶନ ଗସ୍ତ ଖର୍ଚ୍ଚ ଓ ରହଣି ପାଇଁ ଆବଶ୍ୟକ।

ad-week
Leave A Reply

Your email address will not be published.