ଲୋକାର୍ପିତ ହେବ ଆଦି ଶଙ୍କରାଚାର୍ଯ୍ୟଙ୍କ ବିଶାଳକାଳ ପ୍ରତିମୂର୍ତ୍ତି…

add-all

sfre

ମଧ୍ୟପ୍ରଦେଶ: ଆଜି ମଧ୍ୟପ୍ରଦେଶରେ ଦେଶରେ ସନାତନ ଧର୍ମ ପ୍ରତିଷ୍ଠା କରିଥିବା ଆଦି ଶଙ୍କରାଚାର୍ଯ୍ୟଙ୍କ ସମ୍ମାନାର୍ଥେ ଏକ ବଡ କାର୍ଯ୍ୟକ୍ରମ ଅନୁଷ୍ଠତ ହେବ  । ଆଜି ଖଣ୍ଡଓ୍ବା ଜିଲ୍ଲାରେ ୧୦୮ ଫୁଟ ଉଚ୍ଚ ପ୍ରତିମୂର୍ତ୍ତି ଉନ୍ମାଚିତ ହେବ  । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ଏହି ବିଶାଳକାୟ ପ୍ରତି ମୂର୍ତ୍ତିର ଉଦଘାଟନ କରିବେ । ଓମକାରେଶ୍ୱର ହେଉଛି ଖଣ୍ଡୱା ଜିଲ୍ଲାର ନର୍ମଦା ନଦୀ କୂଳରେ ଅବସ୍ଥିତ ଏକ ମନ୍ଦିର । ଯେଉଁଠାରେ ଶଙ୍କରାଚାର୍ଯ୍ୟଙ୍କ ଏହି ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ଭଗବାନ ଶିବଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ୧୨ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଗୋଟିଏ ଓମକେଶ୍ୱରରେ ଅବସ୍ଥିତ |

ଏଥି ସହିତ, ଅଷ୍ଟମ ଶତାବ୍ଦୀର ଦାର୍ଶନିକ ତଥା ହିନ୍ଦୁ ଧର୍ମରେ ସମ୍ମାନିତ ଶଙ୍କରାଚାର୍ଯ୍ୟଙ୍କ 108 ଫୁଟ ଉଚ୍ଚ ପ୍ରତିମୂର୍ତ୍ତିକୁ ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ଭାବରେ ନାମିତ କରାଯାଇଛି। ଏହି ବିଶାଳ ମୂର୍ତ୍ତି ନର୍ମଦା ନଦୀ କୂଳରେ ଥିବା ସୁନ୍ଦର ମଣ୍ଡଳ ପାହାଡ ଉପରେ ଅବସ୍ଥିତ । ଆଧ୍ୟାତ୍ମିକ ମହତ୍ବ ଦୃଷ୍ଟିରୁ ପର୍ଯ୍ୟଟକଙ୍କୁ  ଏହା ଆକର୍ଷିତ କରିବ  । ଏହାର ନିର୍ମାଣରେ ଖର୍ଚ୍ଚ ହୋଇଛି ୨୧୪୧ କୋଟିରୁ ଉର୍ଦ୍ଧ୍ବ ଟଙ୍କା  ।  ସେପ୍ଟେମ୍ବର ୧୮  ତାରିଖରେ ଏହାର ଅନାବରଣ କାର୍ଯ୍ୟକ୍ରମ ରହିଥିଲା  । ମାତ୍ର ବର୍ଷା ଯୋଗୁଁ ଏହି କାର୍ଯ୍ୟକ୍ରମକୁ ଆଜି ରଖାଯାଇଛି  ।

ad-week
Leave A Reply

Your email address will not be published.