ପୁଣି ଆକ୍ଟିଭ ହେବ ଲ୍ୟାଣ୍ଡର ବ୍ରିକମ ଓ ରୋଭର ପ୍ରଜ୍ଞାନ…

add-all

rov

ନୂଆଦିଲ୍ଲୀ : ଜହ୍ନରେ ଉଇଁଲା ସୂର୍ଯ୍ୟ । ଚନ୍ଦ୍ରର ଦକ୍ଷିଣମେରୁରେ ସୂର୍ଯ୍ୟକିରଣ ପଡିବା ଆରମ୍ଭ ହୋଇଛି । ରୋଭର ଓ ଲ୍ୟାଣ୍ଡର ଥିବା ଶିବଶକ୍ତି ପଏଣ୍ଟରେ ସୂର୍ଯ୍ୟ ଉଇଁ ସାରିଲାଣି। ସ୍ଲିପ ମୋଡରେ ଥିବା ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନର ସୋଲାର ପ୍ୟାନେଲଗୁଡିକ ଚାର୍ଜ ହୋଇପାରେ । ଆସନ୍ତାକାଲିଠାରୁ ସେଗୁଡିକ ପୁନଃ କାର୍ଯ୍ୟକ୍ଷମ ହେବା ନେଇ ଇସ୍ରୋ ଆଶାବାଦୀ ରହିଛି । ଚନ୍ଦ୍ରପୃଷ୍ଠରେ ରାତିର ତାପମାତ୍ରା ମାଇନସ ୧୨୦ରୁ ମାଇନସ ଦୁଇ ଶହ ଡିଗ୍ରୀ ପର୍ଯ୍ୟନ୍ତ ରହୁଥିବାରୁ ବିକ୍ରମ ଓ ପ୍ରଜ୍ଞାନର ସମସ୍ତ ସେନସର କାର୍ଯ୍ୟକ୍ଷମ ହେବ କି ନାହିଁ ସେନେଇ ସନ୍ଦେହ ରହିଛି।

ସେପ୍ଟେମ୍ବର ୪ତାରିଖରେ ଚନ୍ଦ୍ର ପୃଷ୍ଠରେ ରାତି ହେବା ପରେ ସ୍ଲିପ ମୋଡରେ ରହିଛି ବିକ୍ରମ ଓ ପ୍ରଜ୍ଞାନ। ଏବେ ଶିବଶକ୍ତି ପଏଣ୍ଟରେ ସୂର୍ଯ୍ୟ କିରଣ ପଡ଼ିବା ପରେ ପୁଣି ଥରେ ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠର ଅଧ୍ୟୟନ କରିବା ସମ୍ଭାବନା ରହିଛି। ବିକ୍ରମ ଓ ପ୍ରଜ୍ଞାନକୁ ଗୋଟିଏ ଚନ୍ଦ୍ରଦିନ କାର୍ଯ୍ୟ କରିବାକୁ ନିର୍ମାଣ କରାଯାଇଛି। ଯାହା ପୃଥିବୀର ପ୍ରାୟ ୧୪ଦିନ ସହ ସମାନ। ଯଦି ସେପ୍ଟେମ୍ବର ୨୨ରେ ସେମାନେ ନଉଠନ୍ତି, ତେବେ ଚିରଦିନ ପାଇଁ ଚନ୍ଦ୍ରପୃଷ୍ଠରେ ଭାରତର ଲୁନାର ଆମ୍ବାସାଡର ଭାବେ ସେଠାରେ ଅବସ୍ଥାନ କରିବେ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି।

ad-week
Leave A Reply

Your email address will not be published.