କୋମଳମତୀ ଶିଶୁଙ୍କୁ ପୁଷ୍ଟିକର ଖାଦ୍ୟ ବଦଳରେ ଛତୁଆ ପ୍ରସ୍ତୁତକାରି ଯୋଗାଉଛି ଅଖାଦ୍ୟ, ଅଧିକାରିଣୀ ମାଲେମାଲ

add-all

ରାଜନଗର : ରାଜ୍ୟ ଓ କେନ୍ଦ୍ର ସରକାର ଉଭୟେ ଆଜିର ଶିଶୁ କାଲିର ଭଵିଷ୍ୟତକୁ ଲକ୍ଷ କରି ସେମାନଙ୍କର ପୁଷ୍ଟିକର ଖାଦ୍ୟ ସମେତ ଉତ୍ତମ ଶିକ୍ଷା ଓ ସ୍ଵାସ୍ଥ୍ୟ ସେବା ପାଇଁ ସରକାର ଶିଶୁବିକାଶ ଯୋଜନା ଵିଭାଗକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଚାଲିଛନ୍ତି। ହେଲେ ବିଭାଗ ଅଧୀନରେ ଥିବା ଅଙ୍ଗନୱାଡି କେନ୍ଦ୍ର ଗୁଡ଼ିକରେ ତାର ବିପରୀତ ହୋଇ ପୃଷ୍ଟିକର ଖାଦ୍ୟ ଵଦଳରେ ଅପପୃଷ୍ଟିର ଖାଦ୍ୟ ଯୋଗାଇ ଦିଆଯାଇଥିବା ଅଭିଯୋଗ ହୋଇଆସୁଛି। ଏପରି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ସଦରମହକୁମା ଶିଶୁବିକାଶ ଯୋଜନା ଅଧିନରେ ଛତୁଆ ପ୍ରସ୍ତୁତ କାରୀ ଦେଉଥିବା ଅଖାଦ୍ୟ ଛତୁଆ କୁ ନେଇ ଅଭିଯୋଗ କରିଛନ୍ତି ଶିଶୁ ମାନଙ୍କର ମାଆମାନେ। ସୂଚନାଯୋଗ୍ୟ ଶିଶୁ ମାନଙ୍କୁ ଅଙ୍ଗନବାଡି କେନ୍ଦ୍ର ପକ୍ଷରୁ ଗଳିଦାଣ୍ଡରେ ମିଳିଥିବା ଛତୁଆ ଏବଂ ସୁଜି, ସେସଵୁ ବିଣ୍ଡା ମାରିଯାଇଛି ଏବଂ ଦୁର୍ଗନ୍ଧ ବାହାରୁଛି। ଏହି ଖାଦ୍ୟ ସତରେ କଣ ପୁଷ୍ଟି କର ଖାଦ୍ୟ,କି ? ଏପରି ଖାଦ୍ୟ ଯଦି କୁନି କୁନି ପିଲା ଖାଇବେ ତାଙ୍କ ଅବସ୍ଥା କଣ ହେବ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମା ଵୁଢୀମଙ୍ଗଳା ସ୍ବୟଂସହାୟକ ଗୋଷ୍ଠି, ବାଲିଚନ୍ଦ୍ରପୁର ନାମରେ 5ଟି ପଞ୍ଚାୟତ ପାର ହୋଇ ସିଡିପିଓଙ୍କ ଅଫିସ ଠାରୁ ମାତ୍ର 4କିମି ଵାଘୁଆ ଗାଁ ରେ ଛତୁଆ ପ୍ରସ୍ତୁତ କାରୀ ଅସ୍ଥାୟୀ ପ୍ଲାଣ୍ଟ କରାଯାଇଛି। ଏହି ପ୍ଲାଣ୍ଟକୁ ଜଣେ ପୁରୁଷ ଲୋକ ପରିଚାଳନା କରୁଛନ୍ତି। ଯାହାକି ମିନୁ ଅନୁଯାୟୀ ଛତୁଆ ପ୍ରସ୍ତୁତି ହେଉନାହିଁ ଏବଂ ପ୍ରସ୍ତୁତ ସମୟରେ ଏହାକୁ ତଦାରଖ କରିବାକୁ କେହି ବିଭାଗୀୟ ଅଧିକାରୀ ମାନଙ୍କର ପାଦ ନପଡି କାଗଜ କଲମରେ ସଵୁ ଠିକ୍ ଠାକ୍ ଦେଖାଯାଉଛି ।ଏହି ଛତୁଆ ପ୍ରସ୍ତୁତି ପାଇଁ ସରକାର ଯୋଗାଉ ଥିବା କିଛି ଗହମକୁ ଚିନି ପକାଇ ନିମ୍ନମାନର ଛତୁଆ ପ୍ରସ୍ତୁତି କରି ଅଙ୍ଗନୱାଡି କେନ୍ଦ୍ରକୁ ଯୋଗାଉ ଥିବା ବେଳେ ଵଳକା ଗହମକୁ ଚଢାଦାମରେ ଵଜାରରେ ବିକ୍ରୀ ହେଉଥିବା ଅଭିଯୋଗ ହୋଇ ଆସୁଥିଲା। ଏହି ପରି ଆଗରୁ ବହୁ ଅଭିଯୋଗ ଓ ନିମ୍ନମାନର ତଥା ପୋକ ବାହାରୁଥିବା ଛତୂଆକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚିତ ହୋଇଥିଲା,ହେଲେ ଅଧିକାରିଣୀ ଓ ଛତୁଆ ପ୍ରସ୍ତୁତ କାରି ଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଥିବାରୁ ଅଭିଯୋଗକୁ ଭୃକ୍ଷେପ କରନ୍ତି ନାହିଁ । ଦୀର୍ଘ ବର୍ଷ ଧରି ଏହି ଗୋଟିଏ ଗୋଷ୍ଠିକୁ ଛତୁଆ ଦାୟିତ୍ବ ଦିଆଯାଇ ଥିବାରୁ ଅଖାଦ୍ୟ ଛତୁଆ ବାରମ୍ବାର ଯୋଗାଇ ଆସୁଥିବା ନେଇ ଅଭିଯୋଗ ହୋଇଆସୁଛି। ହେଲେ ଵିଭାଗୀୟ ଅଧିକାରୀଙ୍କର କି ସ୍ବାର୍ଥ ରହିଛି ଵହୁଵାର ଦାଵୀ ସତ୍ବେ ଟେଣ୍ଡର ନ କରି ଲୁକାୟିତ ଭାଵେ ଏହି ଗୋଷ୍ଠୀର ରିନୁଆଲ କରି ଛତୁଆ ପ୍ରସ୍ତୁତ ଦାୟିତ୍ବ ଦିଆଯାଇଛି। ଏଣୁ ଉଚ୍ଚସ୍ତରୀୟ ତଦନ୍ତ କରି ପଦକ୍ଷେପ ଗ୍ରହଣ କରାନଗଲେ ଅପପୁଷ୍ଟି ଛତୁଆ ଖାଇ ଯଦି କୌଣସି ଶାଶୁ ଆକ୍ରାନ୍ତ ହୁଏ ସେଥିପାଇଁ ଶିଶୁ ବିକାଶ ବିଭାଗ ଦାୟୀ ରହିବେ ବୋଲି ଅଭିଭାବକ ମାନେ ଚେତାବନୀ ଦେଇଛନ୍ତି। ପ୍ରକାଶ ଥାଉକି ଏପରି ଘଟଣା ଆଜି ନୂଆ ନୁହେଁ ଏହା ନିତିଦିନିଆ ଘଟଣାରେ ପରିଣତ ହୋଇଯାଇଛି ଯାହାକି ଅଧିକାରୀଣୀଙ୍କ ଵାହୁ ଛାୟାତଳେ ଅଖାଦ୍ୟ ଛତୁଆ ପ୍ରସ୍ତୁତି କେନ୍ଦ୍ର ଚାଲୁଛି ସେଥିପାଇଁ ଟେଣ୍ଡର କରାଯାଉନଥିବା ଚର୍ଚ୍ଚା ଚାଲିଛି।

ad-week
Leave A Reply

Your email address will not be published.