
ଦାରିଙ୍ଗବାଡ଼ି (୨୨/୯) : ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ ପର୍ତ୍ତମାହା ଅନୁସୂଚିତ ଜାତି ଓ ଜନଜାତି ସେବାଶ୍ରମରେ ଅଭିଭାବକ ଓ ଆମର ଅଂଶୀଦାର ବୈଠକ ପ୍ରଧାନ ଶିକ୍ଷକ ମହେଶ୍ବର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ବୈଠକରେ ମୁଖ୍ୟ ଅତିଥି ଭାବେ ବିଡିଓ ଗଦାଧର ପାତ୍ର ,ସମ୍ମାନିତ ଅତିଥି ଭାବେ ସରପଞ୍ଚ ନବଜିନି ପ୍ରଧାନ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଲୋକନାଥ ପ୍ରଧାନ, ପୂର୍ବତନ ସରପଞ୍ଚ ଜ୍ୟୋତିରାଜ ପ୍ରଧାନ, ମୋ ବିଦ୍ୟାଳୟ ଅଭିଯାନ ସଭାପତି ଭାସ୍କର ନାୟକ ଯୋଗଦେଇ ତାଙ୍କ ବକ୍ତବ୍ୟରେ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ରହିଥିବା ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ । ବୈଠକରେ ଛାତ୍ରଛାତ୍ରୀ, ଅଭିଭାବକ, ପଞ୍ଚାୟତର ନେତୃତ୍ୱ ନେଉଥିବା ପୁରୁଷ ମହିଳା,ବିଭିନ୍ନ ସେବାଶ୍ରମର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଓ ପଞ୍ଚାୟତ ସ୍ତରରେ ରହିଥିବା ଅନୁଷ୍ଠାନର ମୁଖ୍ୟମାନେ ଅଂଶ ଗ୍ରହଣ କରିଥିଲେ । ବିଦ୍ୟାଳୟର ଶିକ୍ଷକ ନବକିଶୋର ଓଝା ଓ ଶିକ୍ଷୟିତ୍ରୀ ସ୍ୱର୍ଣ୍ଣପ୍ରଭା ସିଂ, ପିଙ୍କିନା ସାହୁ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ଓ ଛାତ୍ରଛାତ୍ରୀ ନିବାସରେ ଯୋଗାଇଦିଆ ଯାଉଥିବା ବିଭିନ୍ନ ସୁବିଧା ସମ୍ପର୍କରେ ସୂଚନା ଦେଇଥିଲେ । ଏହି ଅବସର ବିଭିନ୍ନ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ ଓ ଛାତ୍ରଛାତ୍ରୀଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯାଇଥିଲା ।ସିଆରସିସି ହରିଶଙ୍କର ପ୍ରଧାନ ବୈଠକରେ ସଂଯୋଜନା କରିଥିଲେ ।