ରାସ୍ତାରେ ହାତଲେଖା ମାଓବାଦୀ ପୋଷ୍ଟର…

add-all

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ବେଲଘର ଅନ୍ତର୍ଗତ ଝିରିପାଣିଠାରୁ ରାୟଗଡା ଜିଲାର ଅମ୍ବାଦଳାକୁ ସଂଯୋଗ କରୁଥିବା ରାସ୍ତାର ବରଗୁଡ଼ା ଛକଠାରେ ଶୁକ୍ରବାର କିଛି ହାତଲେଖା ମାଓବାଦୀ ପୋଷ୍ଟର ପଡିଥିବା ଦେଖାଯାଇଛି। ସେଥ‌ିରେ ସେପ୍ଟେମ୍ବର ୨୧ରୁ ୨୭ ତାରିଖ ପର୍ଯ୍ୟନ୍ତ ଗଣତାନ୍ତ୍ରିକ ବିପ୍ଳବ ସପ୍ତାହକୁ ପାଳନ କରିବା ପାଇଁ ଜନସାଧାରଣଙ୍କୁ ଆହ୍ବାନ ଦେଇଛନ୍ତି। ସେହିପରି ଜନସାଧାରଣ ନୂଆ ଗଣତାନ୍ତ୍ରିକ ବିପ୍ଳବରେ ଯୋଗ ଦେବା, ୯୦% ଶୋଷିତ ଜନତାଙ୍କୁ ମୁକ୍ତ, ଜଳ, ଜମି, ଜଙ୍ଗଲର ଅଧିକାର ପାଇଁ ଶସସ୍ତ୍ର ବର୍ଗ ସଂଘର୍ଷ କରିବାକୁ ପୋଷ୍ଟରରେ ଲେଖାଯାଇଛି। ତଳେ ସିପିଆଇ ମାଓବାଦୀ (ବା.ଘୁ.ନା. ଡିଭିଜନ) ବୋଲି ଉଲ୍ଲେଖ ରହିଛି। ଯାହାକୁ ନେଇ ଝିରିପାଣି ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ad-week
Leave A Reply

Your email address will not be published.